ରଥ ଉପରୁ ଅଣସେବାୟତଙ୍କୁ ବାହାର କଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ : ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା I ବାରଣ ସତ୍ୱେ ରଥ ଉପରେ ଚଢିଲେ ଅଣସେବାୟତ I ଦେବୀ ସୁଭଦ୍ରାଙ୍କ ରଥରେ ଅଣସେବାୟତ ଚଢି ଯାଇଥିବାର ଦେଖାଯାଇଥିଲା I ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ ରଥ ଉପରୁ ଅଣସେବକମାନଙ୍କୁ ବାହାର କରିଥିବାର ଦେଖିବାକୁ ମିଳିଛି। ରଥ ଉପରୁ ସେମାନଙ୍କୁ ହାତ ଧରି ବାହାର କରିଛନ୍ତି ନିଜେ ମୁଖ୍ୟ ପ୍ରଶାସକ। ସୂଚନାଯୋଗ୍ୟ, ଆଜି ପ୍ରଥମେ ସୁଦର୍ଶନ,ତାପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ମା ସୁଭଦ୍ରାଙ୍କ […]
ପୁରୀ : ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା I ବାରଣ ସତ୍ୱେ ରଥ ଉପରେ ଚଢିଲେ ଅଣସେବାୟତ I ଦେବୀ ସୁଭଦ୍ରାଙ୍କ ରଥରେ ଅଣସେବାୟତ ଚଢି ଯାଇଥିବାର ଦେଖାଯାଇଥିଲା I ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ ରଥ ଉପରୁ ଅଣସେବକମାନଙ୍କୁ ବାହାର କରିଥିବାର ଦେଖିବାକୁ ମିଳିଛି। ରଥ ଉପରୁ ସେମାନଙ୍କୁ ହାତ ଧରି ବାହାର କରିଛନ୍ତି ନିଜେ ମୁଖ୍ୟ ପ୍ରଶାସକ।
ସୂଚନାଯୋଗ୍ୟ, ଆଜି ପ୍ରଥମେ ସୁଦର୍ଶନ,ତାପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ମା ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା ତେବେ ସୁଭଦ୍ରାଙ୍କ ପହଣ୍ଡି ବେଳେ ରଥରେ କିଛି ଅଣସେବାୟତ ଚଢିବା ନେଇ ଅଭିଯୋଗ ହୋଇଥିଲା । ସେବାୟତ ବେଶରେ ସୁଭଦ୍ରାଙ୍କ ଦର୍ପଦଳନ ରଥରେ କିଛି ଅଣସେବକ ଚଢ଼ିଥିଲେ । ଏହାବାଦ ଏହି ଅଣସେବାୟତ ମାନେ ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥରେ ମଧ୍ୟରେ ଚଢ଼ିଥିଲେ ବୋଲି ସୂଚନା ପାଇବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ ଘଟଣାସ୍ଥଳକୁ ଯାଇ ନିଜେ ସେମାନଙ୍କୁ ରଥ ଉପରୁ ବାହାର କରିଥିଲେ I ଏହି ଅଣସେବାୟତ ମାନେ ହେଉଛନ୍ତି ଇଫକୋ ଅଧିକାରୀ ପ୍ରସନ୍ନ ବେଉରା ଏବଂ ଦିଲ୍ଲୀ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ଅନିଲ ବରଖେଡି । ଅଣସେବାୟତ ବୋଲି ଜଣାପଡିବା ପରେ ରଥରୁ ଓହ୍ଲାଇ ଦେଇଥିଲା ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ଉଭୟଙ୍କ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦେଇଛି I
ରଥ ଉପରେ କୌଣସି ଅଣସେବାୟତ ପ୍ରବେଶକୁ ନିଷେଧ କରାଯାଇଥିବାବେଳେ ଏହି ୨ ଜଣ କେମିତି ରଥ ଉପରେ ଚଢିଲେ ତାହା ଏବେ ପ୍ରଶ୍ନବାଚୀ ହୋଇଛି I ସେହିପରି ଏଥର ରଥ ଉପରକୁ ମୋବାଇଲ ବାରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ କଡା ନିର୍ଦ୍ଦେଶ ଜାରି କରିଛି । ଏଥର ରଥକୁ କେହି ମୋବାଇଲ ନେଇପାରିବେନି ବୋଲି ଜିଲାପାଳ ସେବାୟତମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷେ ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପୋଲିସ ଅଧିକାରୀ ଏବଂ ସେବାୟତଙ୍କ ସହ ସେ ଆଲୋଚନା କରିଛନ୍ତି। ସାଧାରଣ ଲୋକଙ୍କୁ ଭେଟି ଶାନ୍ତିଶୃଙ୍ଖଳା ରଖିବା ପାଇଁ ନିବେଦନ କରିଛନ୍ତି କରସବା ସହ ବାହୁଡ଼ା ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ଯାହା ଏସ୍ଓପି କରାଯାଇଛି, ତାକୁ ସମସ୍ତେ ପାଳନ କରିବା ଆବଶ୍ୟକ ବୋଲି କହିଛନ୍ତି ।




