ରଥଖଳା ହାଲଚାଲ ପଡିଲା ପାଞ୍ଚ ଦଣ୍ଡା କାଠ
ପୁରୀ : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଂଚଳ ପୁରୀ ଶ୍ରୀମନ୍ଦିର ରଥଖଳା । ରଥଯାତ୍ରା ପାଇଁ ରଥ ପଥ ସବୁ ପ୍ରସ୍ତୁତ ହେଉଛନ୍ତି । ରଥଖଳାରେ ତିନି ରଥର ୩୪ ଗୋଟି ଚକ ନିର୍ମାଣ ଶେଷ ହୋଇ ଦଣ୍ଡା ନିର୍ମାଣ ପାଇଁ ରଥ ଖଳାରେ ତିନି ରଥର ପାଞ୍ଚ ଦଣ୍ଡା କାଠ ପଡ଼ିଛି । ଏଥିସହ ତିନି ରଥର ଅନ୍ୟାନ୍ୟ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରଥ ନିର୍ମାଣକାରୀ […]
ପୁରୀ : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଂଚଳ ପୁରୀ ଶ୍ରୀମନ୍ଦିର ରଥଖଳା । ରଥଯାତ୍ରା ପାଇଁ ରଥ ପଥ ସବୁ ପ୍ରସ୍ତୁତ ହେଉଛନ୍ତି । ରଥଖଳାରେ ତିନି ରଥର ୩୪ ଗୋଟି ଚକ ନିର୍ମାଣ ଶେଷ ହୋଇ ଦଣ୍ଡା ନିର୍ମାଣ ପାଇଁ ରଥ ଖଳାରେ ତିନି ରଥର ପାଞ୍ଚ ଦଣ୍ଡା କାଠ ପଡ଼ିଛି । ଏଥିସହ ତିନି ରଥର ଅନ୍ୟାନ୍ୟ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରଥ ନିର୍ମାଣକାରୀ ସେବକମାନେ ସମାନ୍ତରାଳ ଭାବେ ନିର୍ମାଣ କାର୍ଯ୍ୟ ଆଗେଇ ନେଉଛନ୍ତି । ତିନି ରଥର ଓରା, ଓରାଖମ୍ବି, ଭୂଇଁ ଚଉତା ଆଦିର ଚଉପଟ କାର୍ଯ୍ୟ ଶେଷ ହୋଇଛି ।
ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବକମାନେ ଦଣ୍ଡା କାଠ ଆଣି ବଡ଼ଦାଣ୍ଡ ରଥଖଳାରେ ରଖୁଥିଲେ । ତିନି ରଥ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ରହିଛି ୪୦ ଫୁଟିଆ ସବୁ କାଠ ମୁଖ୍ୟତଃ ଧଉରା ଓ ସାହାଯ କାଠରେ ଦଣ୍ଡା ପ୍ରସ୍ତୁତ ହୋଇଥାଏ । ଦଣ୍ଡା ହେଉଛି ରଥର ମୂଳଦୁଆ । ତାଳଧ୍ବଜ ଓ ନନ୍ଦିଘୋଷର ୯ଦଣ୍ଡା ଥିବା ବେଳେ ଦେବଦଳନ ରଥର ୭ଦଣ୍ଡା ରହିଛି । ପରକୁ ପୁଣି ରହିଛି ମୁହାଁଟ । ମୋଟ ୧ଟରେ ୫ ଦଣ୍ଡାରୁ ହିଁ କାର୍ୟ୍ୟାରମ୍ଭ ହେଉଥିବା କୁହନ୍ତି ପୁରୁଖା ନିର୍ମାଣକାରୀ ।




