ଯୌତୁକ ପାଇଁ ବୋହୂକୁ ନିଆଁ ଲଗାଇଦେଲେ ଶାଶୂ ଘର ଲୋକେ

ଗଞ୍ଜାମ : ଯୌତୁକ ନିଆଁରେ ଜଳିଗଲେ ନବବଧୂ । ଗଞ୍ଜାମ ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଯୌତୁକ ପାଇଁ ବୋହୂକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଶାଶୁଘର ଲୋକେ । ବୋହୂକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍‍ ସ୍ଥାନାନ୍ତର କରାଯାଇଛି । ପୀଡିତା ହେଉଛନ୍ତି ଆରତୀ ପରିଡା । ୨ ବର୍ଷ ପୂର୍ବରୁ ଆକାଶ ପରିଡ଼ାଙ୍କ ସହିତ ତାଙ୍କର ପ୍ରେମ ବିବାହ ହୋଇଥିଲା । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି […]

ଯୌତୁକ ପାଇଁ ବୋହୂକୁ ନିଆଁ ଲଗାଇଦେଲେ ଶାଶୂ ଘର ଲୋକେ
Samaya Live Picture
Published On

ଗଞ୍ଜାମ : ଯୌତୁକ ନିଆଁରେ ଜଳିଗଲେ ନବବଧୂ । ଗଞ୍ଜାମ ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଯୌତୁକ ପାଇଁ ବୋହୂକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଶାଶୁଘର ଲୋକେ । ବୋହୂକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍‍ ସ୍ଥାନାନ୍ତର କରାଯାଇଛି । ପୀଡିତା ହେଉଛନ୍ତି ଆରତୀ ପରିଡା । ୨ ବର୍ଷ ପୂର୍ବରୁ ଆକାଶ ପରିଡ଼ାଙ୍କ ସହିତ ତାଙ୍କର ପ୍ରେମ ବିବାହ ହୋଇଥିଲା । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଘଟନାନୁସାରେ, ରବିବାର ରାତିରେ ଶାଶୂ-ବୋହୂଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିବା ଜଣାପଡିଛି । ଏହି ଘଟଣା ପରେ ସୋମବାର ସକାଳୁ ଆରତୀଙ୍କୁ ଦିଅର ପ୍ରକାଶ ଓ ଶାଶୂ ମିଶି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୪୦ ପ୍ରତିଶତ ଜଳିଯାଇଛି । ଅର୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା ପରେ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବରୁ ମଧ୍ୟ ଶାଶୂଘର ପକ୍ଷରୁ ତାଙ୍କୁ ଅନେକ ଥର ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା କଥା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।

Tags: