ଯାତ୍ରୀବାହୀ ବସ-ତେଲ ଟ୍ୟାଙ୍କର ଧକ୍କା ,୧୦ ଆହତ
କେନ୍ଦ୍ରାପଡା : ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୧୦ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ହଜାରୀ ଛକରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଘଟିବା ମାତ୍ରେ ସଙ୍ଗେ ସଙ୍ଗେ ଏହି ଗୁରୁତରଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନଙ୍କୁ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାନୁଯାୟୀ, ପାରାଦୀପରୁ ଚଣ୍ଡିଖୋଲ […]
କେନ୍ଦ୍ରାପଡା : ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୧୦ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ହଜାରୀ ଛକରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଘଟିବା ମାତ୍ରେ ସଙ୍ଗେ ସଙ୍ଗେ ଏହି ଗୁରୁତରଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନଙ୍କୁ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନାନୁଯାୟୀ, ପାରାଦୀପରୁ ଚଣ୍ଡିଖୋଲ ଯାଉଥିଲା ଏହି ଯାତ୍ରୀବାହୀ ବସ୍। କେନ୍ଦ୍ରାପଡା ମାର୍ଶାଘାଇ ୫୩ ନମ୍ବର ରାଜପଥରେ ଥିବା ହଜାରୀ ଛକରେ ବସକୁ ତେଲ ଟ୍ୟାଙ୍କର ଧକ୍କା ଦେଇଥିବା ଜଣାପଡିଛି। ଏହାପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡକାଇ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ଏହି ବସରେ ୩୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ।




