ଯବାନଂକ ଗୁଳିରେ ଜଣେ ନକ୍ସଲ ମୃତ

ନବରଙ୍ଗପୁର : ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ଼ ଅନ୍ତର୍ଗତ ବୋରେଇ ଥାନା ଅଂଚଳର ଏକବାରି ଜଂଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଯବାନମାନେ ଜଣେ ନକ୍ସଲକୁ ହତ୍ୟା କରିଥିବା ଜଣାପଡ଼ିଛି l ସୂଚନାନୁସାରେ ,ଓଡିଶା ଛତିଶଗଡ ସୀମାନ୍ତ ସ୍ଥାନୀୟ କୁନ୍ଦେଇ ଥାନା ଠାରୁ ୫ କିଲୋମିଟର ଦୂରରେ ରହିଛି ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ବୋରାଇ ଥାନା l ଏହି ଥାନା ଅନ୍ତର୍ଗତ ଏକବାରୀ ଜଙ୍ଗଲରେ ନକ୍ସଲ ମାନଙ୍କ ଉପସ୍ଥିତି […]

Samaya Live Picture
Published On

ନବରଙ୍ଗପୁର : ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ଼ ଅନ୍ତର୍ଗତ ବୋରେଇ ଥାନା ଅଂଚଳର ଏକବାରି ଜଂଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଯବାନମାନେ ଜଣେ ନକ୍ସଲକୁ ହତ୍ୟା କରିଥିବା ଜଣାପଡ଼ିଛି l
ସୂଚନାନୁସାରେ ,ଓଡିଶା ଛତିଶଗଡ ସୀମାନ୍ତ ସ୍ଥାନୀୟ କୁନ୍ଦେଇ ଥାନା ଠାରୁ ୫ କିଲୋମିଟର ଦୂରରେ ରହିଛି ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ବୋରାଇ ଥାନା l ଏହି ଥାନା ଅନ୍ତର୍ଗତ ଏକବାରୀ ଜଙ୍ଗଲରେ ନକ୍ସଲ ମାନଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ଗତକାଲି ରାତିରେ ଧମତରୀ ଓ ଗାରିଆବନ୍ଦ ଜିଲ୍ଲା ରିଜର୍ଭ ପୋଲିସର ମିଳିତ ସର୍ଚ ଅପରେସନ୍ ହୋଇଥିଲା l ଏହାପରେ ବିଳମ୍ବିତ ରାତିରେ ଉଭୟ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା l ଏଥିରେ ଜଣେ ନକ୍ସଲର ମୃତ୍ୟୁ ଘଟିଥିବା ସକାଳୁ ପୋଲିସକୁ ଖବର ମିଳିଥିଲା l ୟୁନିଫର୍ମରେ ନକ୍ସଲଟିର ମୃତଦେହ ମିଳିଥିବା ସହିତ ମାଓ ସାମଗ୍ରୀ ଓ କିଛି ଅସ୍ତ୍ରଶସ୍ତ୍ର ଘଟଣା ସ୍ଥଳରୁ ପୋଲିସ ଜବତ କରିଥିବା ଜଣାପଡିଛି l ମୃତ ନକ୍ସଲର ପରିଚୟ ମିଳିପାରି ନଥିବା ବେଳେ ତାର ଶବକୁ ବୋରେଇ ଥାନାକୁ ଅଣା ଯାଇଛି l ଏହି ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ ଅପରେସନକୁ କଡ଼ାକଡ଼ି କରାଯଇଛି l

Tags: