ମୟୁରଭଞ୍ଜରୁ ବିପୁଳ ଗଞ୍ଜେଇ ଜବତ

କପ୍ତିପଦା : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରୁ ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି କାର୍। ପାଖାପାଖି ୫୦ କିମି ଗୋଡ଼ାଇ ଗୋଡେଇ ଗଞ୍ଜେଇ ଗାଡ଼ିକୁ ଧରିଲା ଏନସିବି (NCB) ଟିମ୍। ସୂଚନା ଅନୁଯାୟୀ ଗାଡ଼ି ଆଗରେ ଲେଖାଥିଲା international human rights member। କିନ୍ତୁ ଗାଡ଼ି ଭିତରେ ଭର୍ତି ହୋଇ ରହିଥିଲା ଗଞ୍ଜେଇ। ସନ୍ଦେହ କରି ଗୋଡେଇ ଗୋଡେଇ ଧରିଲା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ମୟୁରଭଞ୍ଜ କପ୍ତିପଦା ଅଞ୍ଚଳରୁ ଏହି ବିଳାସପୂର୍ଣ୍ଣ ଗାଡ଼ିକୁ ଭୁବନେଶ୍ବର NCB ଜବତ […]

ମୟୁରଭଞ୍ଜରୁ ବିପୁଳ ଗଞ୍ଜେଇ ଜବତ
Samaya Live Picture
Published On

କପ୍ତିପଦା : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରୁ ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି କାର୍। ପାଖାପାଖି ୫୦ କିମି ଗୋଡ଼ାଇ ଗୋଡେଇ ଗଞ୍ଜେଇ ଗାଡ଼ିକୁ ଧରିଲା ଏନସିବି (NCB) ଟିମ୍।

ସୂଚନା ଅନୁଯାୟୀ ଗାଡ଼ି ଆଗରେ ଲେଖାଥିଲା international human rights member। କିନ୍ତୁ ଗାଡ଼ି ଭିତରେ ଭର୍ତି ହୋଇ ରହିଥିଲା ଗଞ୍ଜେଇ। ସନ୍ଦେହ କରି ଗୋଡେଇ ଗୋଡେଇ ଧରିଲା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ମୟୁରଭଞ୍ଜ କପ୍ତିପଦା ଅଞ୍ଚଳରୁ ଏହି ବିଳାସପୂର୍ଣ୍ଣ ଗାଡ଼ିକୁ ଭୁବନେଶ୍ବର NCB ଜବତ କରିଛି। ପାଖାପାଖି ୫୦ କିଲୋମିଟର ଯାଏଁ ଗୋଡ଼ା ଗୋଡ଼ି ଚାଲିଥିଲା। ଏହା ପରେ ଗଞ୍ଜେଇ ଗାଡିକୁ ଏନସିବି ଟିମ୍ ଧରିଥିଲା । ତେବେ ଜଣେ ଧରାପଡିଥିବା ବେଳେ ଅନ୍ୟ ଜଣେ ଖସିଯାଇଛି। କାର ଭିତରୁ ଜବତ ହୋଇଛି ୧୭୧ କେଜିର ଗଞ୍ଜେଇ। ଘଟଣାରେ ନାର୍କୋଟିକ କଣ୍ଟ୍ରୋଲ୍ ବ୍ୟୁରୋ ତଦନ୍ତ ଜାରି ରଖିଛି।

Tags: