ମୋ ବସ୍ ଡିପୋରେ ପାତ୍ରପଡା ବାସିନ୍ଦାଙ୍କ ଆନ୍ଦୋଳନ
ଭୁବନେଶ୍ୱର : ସ୍କୁଲ ସାମ୍ନାରୁ ହଟାଯାଉ ମୋ ବସ ଡିପୋ I କୌଣସି ଅଘଟଣକୁ ଆଶଙ୍କା କରି ନୋଡାଲ ସ୍କୁଲ ସାମ୍ନାରୁ ମୋ ବସ ଡିପୋକୁ ହଟାଇବା ତଥା ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନରେ ବସିଲେ ଭୁବନେଶ୍ବର ପାତ୍ରପଡା ବାସିନ୍ଦା I ଆଜି ସକାଳୁ ପାତ୍ରପଡା ରୁଟ୍ ଦେଇ କୌଣସି ବସ୍ ଚଳାଚଳ ହୋଇ ନାହିଁ । ମୋ ବସ୍ ଡିପୋ ସାମ୍ନାରେ ପାତ୍ରପଡ଼ା ନୋଡାଲ ହାଇସ୍କୁଲ ରହିଛି । ମୋ ବସ୍ ଡ୍ରାଇଭରମାନେ […]
ଭୁବନେଶ୍ୱର : ସ୍କୁଲ ସାମ୍ନାରୁ ହଟାଯାଉ ମୋ ବସ ଡିପୋ I କୌଣସି ଅଘଟଣକୁ ଆଶଙ୍କା କରି ନୋଡାଲ ସ୍କୁଲ ସାମ୍ନାରୁ ମୋ ବସ ଡିପୋକୁ ହଟାଇବା ତଥା ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନରେ ବସିଲେ ଭୁବନେଶ୍ବର ପାତ୍ରପଡା ବାସିନ୍ଦା I ଆଜି ସକାଳୁ ପାତ୍ରପଡା ରୁଟ୍ ଦେଇ କୌଣସି ବସ୍ ଚଳାଚଳ ହୋଇ ନାହିଁ । ମୋ ବସ୍ ଡିପୋ ସାମ୍ନାରେ ପାତ୍ରପଡ଼ା ନୋଡାଲ ହାଇସ୍କୁଲ ରହିଛି । ମୋ ବସ୍ ଡ୍ରାଇଭରମାନେ ମନ ଇଚ୍ଛା ଗାଡି ଚଳାଉଛନ୍ତି । ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ଏଥିରେ ସାମିଲ ହୋଇଥିଲେ ବିଧାୟକ ସୁରେଶ ରାଉତରାୟ । ଦୀର୍ଘ ସମୟ ଧାରଣାରେ ବସିବା ପରେ ଡିପୋର ପଛପଟେ ଥିବା କାନ୍ଥକୁ ଭଙ୍ଗା ଯାଇଛି । ବିଧାୟକ ସୁରେଶ ରାଉତରାୟ, ସ୍ଥାନୀୟ କର୍ପୋରେଟର, ସ୍ଥାନୀୟ ବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀ ସମସ୍ତେ ମିଳିତ ଭାବେ ପଶ୍ଚିମ ପଟର କାନ୍ଥକୁ ଜେସିବି ଲଗାଇ ଭାଙ୍ଗିଥିଲେ । କ୍ରୁଟ୍ କର୍ତୃପକ୍ଷଙ୍କ ସହ ଆଲୋଚନା ପରେ କାନ୍ଥ ଭାଙ୍ଗିବାକୁ ଅନୁମତି ମିଳିଥିଲା । ଆନ୍ଦୋଳନର ମାତ୍ର ୩ରୁ ୪ ଘଂଟା ମଧ୍ୟରେ ଦାବି ପୂରଣ ହୋଇଥିଲା ।




