ମୋଦିଙ୍କ ମୁହଁରେ ଝିଅ – ବୋହୁ ଉପଦେଶ

ଭୁବନେଶ୍ୱର : ୨୯ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ୫୯ ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ । ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ପିଏମ୍ ମୋଦୀଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, […]

Samaya Live Picture
Published On

ଭୁବନେଶ୍ୱର : ୨୯ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ୫୯ ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ । ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ପିଏମ୍ ମୋଦୀଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରମୁଖ।

ଏହା ପରେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦର ବନ୍ଦରରେ ନିକଟରେ ଆୟୋଜିତ ସଭାରେ ଉଦବୋଧନ ଦେବା ପରେ ରାଜଭବନ ଯାଇଥିଲେ ଓ ସେଠାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଦଳୀୟ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ୨ ଘଣ୍ଟା ବଦଳରେ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ସାଢ଼େ ୩ ଘଣ୍ଟା ରହି କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । କାର୍ଯ୍ୟକର୍ତ୍ତାଙ୍କ ବୈଠକ ବେଳେ ମଞ୍ଚରେ ନବସି ପ୍ରଧାନମନ୍ତ୍ରୀ ମାଇକ୍ରୋଫୋନ ଧରି ସଭା ମଝିରେ ଚାଲି ଚାଲି ସମସ୍ତଙ୍କୁ ଭଲ ମନ୍ଦ ଓ ସୁଖ ଦୁଃଖ ପଚାରି ବୁଝିଥିଲେ। ଏହି ସମୟରେ ସେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦି । କାର୍ଯ୍ୟକର୍ତ୍ତାଙ୍କ ସହ ଯୋଡି ହୋଇ ରହିବାକୁ ପରାମର୍ଶ ଦେବା ସହ ସେମାନଙ୍କର ଛୋଟିଆ ଭୁଲ ଉପରେ ପ୍ରତିକ୍ରିୟା ପ୍ରକାଶ ନକରି ସଫଳତା ପାଇଁ ଶ୍ରେୟ ଓ ଧନ୍ୟବାଦ ଦେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ସେଇଥିଲେ । ଏହା ସହ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ସେ ବୁଝାଇଥିଲେ । ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ବାଧୀନତା ଥାଏ। କିନ୍ତୁ ବାହା ହୋଇ ଶାଶୁଘରକୁ ଗଲେ ତା ଉପରେ ସମସ୍ତଙ୍କର ନଜର ରହିଥାଏ । ବୋହୂର ଚାଲି ଚଳଣି, ବ୍ୟବହାର ଓ କଥାବାର୍ତ୍ତାକୁ ସମସ୍ତେ ଦେଖନ୍ତି ଓ ଧରନ୍ତି। ବାପ ଘରେ ଝିଅ ଭଳି ଆପଣମାନେ କାର୍ଯ୍ୟକର୍ତ୍ତା ଥିଲେ। ବିଧାୟକ ଭାବରେ ନିର୍ବାଚିତ ହୋଇ ଆସିବା ପରେ ବୋହୂ ଭଳି। ତେଣୁ ଆପଣମାନଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ଏମିତି କହି ପ୍ରଧାନମନ୍ତ୍ରୀକାର୍ଯ୍ୟକର୍ତ୍ତା ଓ ଜନପ୍ରତିନିଧି ଭିତରେ ଫରକର ପାଠ ପାଇଥିଲେ। ଓଡିଶାର ବିକାଶ ପାଇଁ ମିଶନ ୩୬କୁ ଫୋକସ କରିବାକୁ ପରାମର୍ଶ ଦେଇଛନ୍ତି ମୋଦି। ୨୦୩୬ ସୁଦ୍ଧା ଓଡିଶାର ନକ୍ସା ଲୋକଙ୍କ ଆଗରେ ରଖିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Tags: