ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ,ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଐତିହାସିକ ପଦକ୍ଷେପ I ଆମ ଓଡିଶା ନବୀନ ଓଡିଶାକୁ କ୍ୟାବିନେଟ ମୋହର I ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ୯ଟି ପ୍ରସ୍ତାବରେ ମୋହର ବାଜିଛି | ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । […]

Samaya Live Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଐତିହାସିକ ପଦକ୍ଷେପ I ଆମ ଓଡିଶା ନବୀନ ଓଡିଶାକୁ କ୍ୟାବିନେଟ ମୋହର I ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ୯ଟି ପ୍ରସ୍ତାବରେ ମୋହର ବାଜିଛି | ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି ।

ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ଆଜି ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ ଦେଇଛି ।

ଏହା ସହିତ ପ୍ରତ୍ୟେକ ପଂଚାୟତକୁ ଗ୍ରାମାଂଚଳ ଭିତ୍ତିଭୂମି ସୁଧାର ପାଇଁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ ଏବଂ ପ୍ରତ୍ୟେକ ପ୍ରକଳ୍ପର ପରିମାଣର ଅଢ଼େଇ ଲକ୍ଷରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । ପଂଚାୟତ ସମିତି ଦ୍ୱାରା ବିଭାଗୀୟସ୍ତରରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ଅର୍ଥରୁ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ପ୍ରୋତ୍ସାହନ ମଧ୍ୟ କରାଯିବ ।

ସେହିପରି ସେହିପରି ବିଦ୍ୟୁତ ବିତରଣ ଭିତ୍ତିଭୂମି ସୁଦୃଢ ସହ ପୁରୁଣା ଓ କ୍ଷତିଗ୍ରସ୍ତ ବିଦ୍ୟୁତ ତାର ପରିବର୍ତ୍ତନ, ନୂତନ ୩୩ କେଭି ଓ ୧୧ କେଭି ଲାଇନ ନିର୍ମାଣ ପାଇଁ ୩୮୪୩ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି |

ବଲାଙ୍ଗିରର ରାଜେନ୍ଦ୍ର କଲେଜକୁ ୮ ଏକର ୬୯୩ ଡ଼ିସିମିଲ ଜମି ମାଗଣାରେ ଯୋଗାଇଦିଆଯିବ | କୋରାପୁଟ ଜିଲ୍ଲାର ଲମତାପୁଟ ଡିଗ୍ରୀ ମହାବିଦ୍ୟାଳୟର କୋଠା ନିର୍ମାଣ ନିମନ୍ତେ ୫ ଏକର ଜମି ବିନା ପ୍ରିମିୟମରେ ଯୋଗାଇଦିଆଯିବ | କେନ୍ଦ୍ରାପଡ଼ାର ଖରସ୍ରୋତାରେ ନୂଆବଜାର ଓ ବାଲିତରା ଘାଟ ମଧ୍ୟରେ ହେବାକୁ ଥିବା ପୋଲକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦିଆଯାଇଛି | ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ୯୭ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି |

Tags: