ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ

ବାଲୁଗାଁ : ଚିଲିକା ମଝିରେ ଡଙ୍ଗାରୁ ଖସିପଡି ନାବିକ ନିଖୋଜ ହେବା ଘଟଣା I ଆଜି ସକାଳେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ଡଙ୍ଗା ଚାଳକ ହେଉଛନ୍ତି ବିକ୍ରମ ଜାଲି I ତାଙ୍କ ଘର ବ୍ରହ୍ମଗିରି ଥାନା ସାତପଡ଼ା ଫାଣ୍ଡିର ବଳଭଦ୍ରପୁର ଅଂଚଳରେ I ଆଜି ସକାଳେ ବିକ୍ରମଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଗତକାଲି ଅପରାହ୍ଣରେପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡି ଅଧୀନ ଡ୍ରୋଜର କୁଦାଠାରେ ଏହି ଅଭାବନୀୟ […]

Samaya Live Picture
Published On

ବାଲୁଗାଁ : ଚିଲିକା ମଝିରେ ଡଙ୍ଗାରୁ ଖସିପଡି ନାବିକ ନିଖୋଜ ହେବା ଘଟଣା I ଆଜି ସକାଳେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ଡଙ୍ଗା ଚାଳକ ହେଉଛନ୍ତି ବିକ୍ରମ ଜାଲି I ତାଙ୍କ ଘର ବ୍ରହ୍ମଗିରି ଥାନା ସାତପଡ଼ା ଫାଣ୍ଡିର ବଳଭଦ୍ରପୁର ଅଂଚଳରେ I ଆଜି ସକାଳେ ବିକ୍ରମଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଗତକାଲି ଅପରାହ୍ଣରେପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡି ଅଧୀନ ଡ୍ରୋଜର କୁଦାଠାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲେ। ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀଙ୍କ ସର୍ଚ୍ଚ ଅପରେସନ ବି ପତ୍ତା ମିଳିନଥିଲା ।

ସୂଚନା ଅନୁସାରେ,ଗତକାଲି ଅପରାହ୍ନରେ ନାବିକ ବିକ୍ରମ କେଶରୀ ଜାଲି ୫ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ସାତପଡ଼ାରୁ ଚିଲିକା ଅଭିମୁଖେ ବାହାରି ଥିଲେ I ଏହି ସମୟରେ ସେ ଚିଲିକା ମଝିରେ ପର୍ଯ୍ୟଟକଙ୍କୁ ଡ଼ଲଫିନ ଦେଖାଉଥିବାବେଳେ କୌଣସି କାରଣରୁ ଡଙ୍ଗାରୁ ତଳକୁ ଖସି ପଡ଼ିଥିଲେ I ଏହାଦେଖି ଡଙ୍ଗାରେ ଥିବା ପର୍ଯ୍ୟଟକମାନେ ଆର୍ତ୍ତ ଚିତ୍କାର କରିଥିଲେ। ଖବର ପାଇ ସ୍ଥାନୀୟ ଡଙ୍ଗା ଚାଳକମାନେ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ବିକ୍ରମଙ୍କର କୌଣସି ପତ୍ତା ମିଳି ନଥିଲା। ଆଜି ସକାଳେ ମଗରମୁହାଁ ନାଳୀଠାରେ ମୃତଦେହଟି ଭାସୁଥିବା ବେଳେ ଠାବ ହୋଇଛି । ଘଟଣା ସ୍ଥଳରେ ବ୍ରହ୍ମଗିରି ଥାନା ପୋଲିସ ଏବଂ ସାତପଡ଼ା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇଛନ୍ତି ।

Tags: