ମିଳିଲାନି ମହାପ୍ରୟାଣ ଗାଡି,ଶବକୁ ୮ କିଲୋମିଟର କାନ୍ଧରେ ବୋହିଲେ ସମ୍ପର୍କୀୟ

ଝରୀଗାଁ : ଶବକୁ ସମ୍ମାନ I ୮ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ I ମହାପ୍ରୟାଣ ଗାଡି ନ ମିଳିବାରୁ ମୃତଦେହକୁ ୮ କିଲୋମିଟର କାନ୍ଧରେ ବୋହି ଘରକୁ ନେଲେ ସମ୍ପର୍କୀୟ I ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ଶରଧାପୁର ଗ୍ରାମରେ । ସୂଚନା‌ ଅନୁସାରେ ଚନ୍ଦାହାଣ୍ଡିର ସରଧାପୁର ଗାଁର ଅର୍ଜୁନ ମାଝୀଙ୍କ ସ୍ତ୍ରୀ ଦେମତି ମାଝୀ ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ I କିନ୍ତୁ ସେଠାରେ […]

Samaya Live Picture
Published On

ଝରୀଗାଁ : ଶବକୁ ସମ୍ମାନ I ୮ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ I ମହାପ୍ରୟାଣ ଗାଡି ନ ମିଳିବାରୁ ମୃତଦେହକୁ ୮ କିଲୋମିଟର କାନ୍ଧରେ ବୋହି ଘରକୁ ନେଲେ ସମ୍ପର୍କୀୟ I ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ଶରଧାପୁର ଗ୍ରାମରେ ।

ସୂଚନା‌ ଅନୁସାରେ ଚନ୍ଦାହାଣ୍ଡିର ସରଧାପୁର ଗାଁର ଅର୍ଜୁନ ମାଝୀଙ୍କ ସ୍ତ୍ରୀ ଦେମତି ମାଝୀ ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ I କିନ୍ତୁ ସେଠାରେ ଦିନ ୧୧ ଟାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ମହାପ୍ରୟାଣ ଗାଡ଼ିକୁ ଯୋଗାଯୋଗ କରିଥିଲେ ହେଲେ ଦୀର୍ଘ ୨ ଘଣ୍ଟା ପରେ ମଧ୍ୟ କୌଣସି ଗାଡ଼ି ଆସିନଥିଲା । ଶେଷରେ ସେମାନେ ବାଧ୍ୟ ହୋଇ ଶବକୁ କାନ୍ଧରେ ବୋହି ଦୀର୍ଘ ୮ କିଲୋମିଟର ଦୂର ଶରଧାପୁର ଗାଁକୁ ନେଇଥିଲେ ।

କିନ୍ତୁ ମେଡିକାଲ ଅଫିସରଙ୍କ କହିବା ଅନୁଯାଇ, ଦିନ ୧୨ ଟା ୧୪ ରେ ଦେମତି ମାଝୀ ନାମକ ଏକ ରୋଗୀ ଆସିଥିଲେ । ସେତେବେଳେ ତାଙ୍କର ମୃତ୍ୟୁ ଘଟି ସାରିଥିଲା । ମେଡିକାଲ ଅଫିସର ପୋଲିସକୁ ସୂଚନା ଦେବା ସହ ଶବକୁ ବ୍ୟବଚ୍ଛେଦ ପାଇଁ କହିଥିଲେ । କିନ୍ତୁ ପରିବାର ଲୋକେ କାହାକୁ ନଜଣାଇ ମୃତ ଦେହକୁ ଘରକୁ ନେଇଯାଇଥିଲେ I

Tags: