ମାହାଙ୍ଗା ଡବଲ ମର୍ଡର,ସମୟ ମାଗିଲେ ପ୍ରତାପ ଜେନା
ଭୁବନେଶ୍ୱର : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲା । ଜବାବ ଦାଖଲପାଇଁ ଦୁଇ ସପ୍ତାହ ସମୟ ମାଗିଛନ୍ତି ପୂର୍ବତନ ବିଜେଡି ମନ୍ତ୍ରୀ ପ୍ରତାପ ଜେନା । ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ଆଉ ୨ ସପ୍ତାହରେ ପ୍ରତି ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ମହଲତ ମିଳିଛି। ତେବେ ହାଇକୋର୍ଟରୁ କ୍ଲିନ୍ଚିଟ୍ ପାଇବା ପରେ ସୁପ୍ରିମକୋର୍ଟରେ କିନ୍ତୁ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ମହାଙ୍ଗା […]
ଭୁବନେଶ୍ୱର : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲା । ଜବାବ ଦାଖଲପାଇଁ ଦୁଇ ସପ୍ତାହ ସମୟ ମାଗିଛନ୍ତି ପୂର୍ବତନ ବିଜେଡି ମନ୍ତ୍ରୀ ପ୍ରତାପ ଜେନା । ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ଆଉ ୨ ସପ୍ତାହରେ ପ୍ରତି ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ମହଲତ ମିଳିଛି। ତେବେ ହାଇକୋର୍ଟରୁ କ୍ଲିନ୍ଚିଟ୍ ପାଇବା ପରେ ସୁପ୍ରିମକୋର୍ଟରେ କିନ୍ତୁ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ମହାଙ୍ଗା ଡବଲ୍ ମର୍ଡର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।
ସେହିପରି,ରାଜ୍ୟ ସରକାର ମଧ୍ୟ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ୪ ସପ୍ତାହରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଦୁଇ ମାସ ପରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ଆବେଦନ କରାଯାଇଛି। ମୃତ କୂଳମଣି ବରାଳଙ୍କ ପୁଅ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ଯେ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲା ସେଥିରେ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନ ଥିଲା। ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟ୍ରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା। ପୁଲିସର ଚାର୍ଜସିଟ୍ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ୍ ସାଲେପୁର ଜେଏମ୍ଏଫ୍ସି ଅଦାଲତରେ ଦାଖଲ ହୋଇଥିଲା। ଘଟଣାର ତ୍ବରିତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ମାହାଙ୍ଗା ଥାନାର ତତ୍କାଳୀନ ଆଇଆଇସିଙ୍କ ବଦଳି ପରେ ସାଲେପୁର ଡିଏସ୍ପିଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଡିଏସ୍ପି ତଦନ୍ତ ଶେଷ କରିବା ପରେ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବା ଦର୍ଶାଇ ଫାଇନାଲ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ।




