ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରାର ୨ୟ କିସ୍ତି: ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରା ଯୋଜନାର ୨ୟ କିସ୍ତି । ମହିଳା ଦିବସରେ ଏକ କାଳୀନ କୋଟିଏ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଯୋଜନା ଆରମ୍ଭ ହୋଇଛି । ଇ କେୱାଇସି ପାଇଁ ଅନଲାଇନରେ ଟିକିଏ ସମୟ ଲାଗୁଛି । କିଏ ଆଗ ପାଉଛି ,କାହାର ଟିକେ ବିଳମ୍ବ ହେଉଛି । କିନ୍ତୁ ନିଶ୍ଚିତ ଏହା […]
ଭୁବନେଶ୍ୱର : ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରା ଯୋଜନାର ୨ୟ କିସ୍ତି । ମହିଳା ଦିବସରେ ଏକ କାଳୀନ କୋଟିଏ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଯୋଜନା ଆରମ୍ଭ ହୋଇଛି । ଇ କେୱାଇସି ପାଇଁ ଅନଲାଇନରେ ଟିକିଏ ସମୟ ଲାଗୁଛି । କିଏ ଆଗ ପାଉଛି ,କାହାର ଟିକେ ବିଳମ୍ବ ହେଉଛି । କିନ୍ତୁ ନିଶ୍ଚିତ ଏହା ସମସ୍ତେ ପାଇବେ । ସମସ୍ତଙ୍କୁ ଧେର୍ଯ୍ୟ ଧରିବାକୁ ସେ ନିବେଦନ କରିଛନ୍ତି । ମାର୍ଚ୍ଚ ୮ ପରେ ଏଭଳି ସ୍ଥିତି ହେବ ନାହିଁ । ଏହା ଏକ ପ୍ରଥମ ଥର ତେଣୁ ଟିକେ କଷ୍ଟ ହେଉଥିବ । ପ୍ରଥମ କିସ୍ତି ସମସ୍ତେ ପାଇବା ପରେ ଏଭଳି ସ୍ଥିତି ହେବ ନାହିଁ । ତେଣୁ ମାର୍ଚ୍ଚ ୮ ରେ ସମସ୍ତେ ଏକା ସାଙ୍ଗରେ ପାଇବେ ୨ୟ କିସ୍ତି ପଇସା ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁଇ ଦିନ ତଳେ ପାଖାପାଖି ୯୨ ଲକ୍ଷ ଲୋକେ ଆବେଦନ କରିଥିଲେ । ୨୫ ଲକ୍ଷ ୧୧ ହଜାର ଲୋକଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଛି । ଆହୁରି ଗୋଟିଏ ସପ୍ତାହ ଭିତରେ ୧ କୋଟି ଲୋକଙ୍କ ଆବେଦନ ଆସିଯାଇଥିବ । ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପଂହଁଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ ।
ଆସନ୍ତା ୨୭ ତାରିଖରେ ପର୍ଯ୍ୟଟନ ଦିବସ । ସେହି ଦିନ ଆମେ ଜଣାଇବୁ ବର୍ଷକ ପାଇଁ କ’ଣ କ’ଣ କାମ କରିବୁ । ମୋଦିଙ୍କ ଫୋକସ ମଧ୍ୟ ରହିଛି, ତେଣୁ ସେଦିନ ସବୁ ଯୋଜନାର ସାର୍ବଜନୀନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।




