ମାମୁଁଘରେ ଭଣଜାର ଉନ୍ମତ କାଣ୍ଡ

ଭଦ୍ରକ : ମାମୁଁ ଘରକୁ ବୁଲି ଆସିଥିବା ଭଣଜାର ଉନ୍ମତ କାଣ୍ଡ । ହାତରେ ଟାଙ୍ଗିଆ ଧରି ଗାଁ ଦାଣ୍ଡରେ ହାଣିବାକୁ ଗୋଡ଼ାଇଲା I ଯାହାକୁ ପାଇଲା ତାକୁ ମାରିବାକୁ ଗୋଡାଇଲା । ଯୁବକର ଟାଙ୍ଗିଆ ଚୋଟରେ ସ୍ଥାନୀୟ ଅଂଚଳର ଦୁଇ ଜଣ ଆହତ ହୋଇଥିବା ବେଳେ ପୋଲିସ ଗାଡିକୁ ବି ଆକ୍ରମଣ କରିବାକୁ ପଛାଇଲା ନାହିଁ I ଯୁବକକୁ କାବୁ କରିବାକୁ ଯାଇଥିବା ଚାନ୍ଦବାଲି ପୋଲିସର ୧୧୨ ଗାଡିକୁ ଟାଙ୍ଗିଆରେ ଦୂଇ ଚୋଟ ପକାଇବା ସହ […]

Samaya Live Picture
Published On

ଭଦ୍ରକ : ମାମୁଁ ଘରକୁ ବୁଲି ଆସିଥିବା ଭଣଜାର ଉନ୍ମତ କାଣ୍ଡ । ହାତରେ ଟାଙ୍ଗିଆ ଧରି ଗାଁ ଦାଣ୍ଡରେ ହାଣିବାକୁ ଗୋଡ଼ାଇଲା I ଯାହାକୁ ପାଇଲା ତାକୁ ମାରିବାକୁ ଗୋଡାଇଲା । ଯୁବକର ଟାଙ୍ଗିଆ ଚୋଟରେ ସ୍ଥାନୀୟ ଅଂଚଳର ଦୁଇ ଜଣ ଆହତ ହୋଇଥିବା ବେଳେ ପୋଲିସ ଗାଡିକୁ ବି ଆକ୍ରମଣ କରିବାକୁ ପଛାଇଲା ନାହିଁ I ଯୁବକକୁ କାବୁ କରିବାକୁ ଯାଇଥିବା ଚାନ୍ଦବାଲି ପୋଲିସର ୧୧୨ ଗାଡିକୁ ଟାଙ୍ଗିଆରେ ଦୂଇ ଚୋଟ ପକାଇବା ସହ ୧୦୮ ଆମ୍ବୁଲାନ୍ସ ଗାଡିର ଆଗ କାଚକୁ ଟାଙ୍ଗିଆରେ ବାଡେଇ ଭାଙ୍ଗି ପକାଇଥିବାର ଦେଖିବାକୁ ମିଳିଛି । ଚାନ୍ଦବାଲି ଥାନା ନାଲଗୁଣ୍ଡା ପଳାସପୁର ଗାଁରେ ଏହି ଅଘଟଣ ଘଟିଛି I ଅଘଟଣ ଘଟାଇଥିବା ଭଣଜାର ନାଁ ଭୀମସେନ ନାୟକ I ସେ ଜଣେ ମାନସିକ ଅନଗ୍ରସର ବୋଲି ଜଣାପଡିଛି I

ଘଟନାନୁସାରେ,ଗତକାଲି ଭଣଜା ଭୀମସେନ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା ପଳାସପୁର ଗାଁକୁ ଆସିଥିଲା । ହେଲେ ସନ୍ଧ୍ୟାବେଳେ ହାତରେ ଟାଙ୍ଗିଆ ନେଇ ଗାଁ ଦାଣ୍ଡରେ ରଚିଥିଲା ଭୟଙ୍କର କାଣ୍ଡ I ଯାହାକୁ ପାଇଥିଲା ହାଣିବାକୁ ଗୋଡ଼ାଇଥିଲା I ପ୍ରାୟ ୩ ଘଣ୍ଟା ଧରି ଏଇଭଳି ପରିସ୍ଥିତି ରହିଥିଲା I ଗାଁର କିଛି ଯୁବକ ତାକୁ କାବୁ କରିବାକୁ ଚେଷ୍ଟା କରି ଟାଙ୍ଗିଆ ଚୋଟରେ ରକ୍ତାକ୍ତ ହୋଇଥିଲେ I ଖବର ପାଇ ଘଟଣାସ୍ଥଳରେ ଚାନ୍ଦବାଲି ଓ ମତୋ ପୋଲିସ ପହଞ୍ଚି ଶେଷରେ ବହୁ କଷ୍ଟରେ ଭୀମସେନକୁ କାବୁ କରି ଚାନ୍ଦବାଲି ଥାନାକୁ ନିଆଯାଇଥିଲା ।

Tags: