ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା

ଧାମନଗର : ଇଂରାଜୀ ପରୀକ୍ଷା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା I ଛାତ୍ରଙ୍କ ନାଁ ଅଭିଷେକ ପଣ୍ଡା (୧୬)I ତାଙ୍କ ବାପାଙ୍କ ନାଁ ଅଭୟ ପଣ୍ଡା I ଘର ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ ଗ୍ରାମରେ I ସେ ପରୀକ୍ଷା ଦେବା ପାଇଁ ନିଜ ମାଉସୀଙ୍କ ଘରେ ଥିବାବେଳେ,ସେଠାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଶାସନରେ […]

Samaya Live Picture
Published On

ଧାମନଗର : ଇଂରାଜୀ ପରୀକ୍ଷା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା I ଛାତ୍ରଙ୍କ ନାଁ ଅଭିଷେକ ପଣ୍ଡା (୧୬)I ତାଙ୍କ ବାପାଙ୍କ ନାଁ ଅଭୟ ପଣ୍ଡା I ଘର ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ ଗ୍ରାମରେ I ସେ ପରୀକ୍ଷା ଦେବା ପାଇଁ ନିଜ ମାଉସୀଙ୍କ ଘରେ ଥିବାବେଳେ,ସେଠାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଶାସନରେ I

ଅଭିଷେକ ନିଜ ମାଉସୀଙ୍କ ଘର ଧାମନଗର ସ୍ଥିତ ଜାହାଙ୍ଗୀର ଶାସନ ଗ୍ରାମରେ ରହି ଦଶମ ଶ୍ରେଣୀର ପାଠ ପଢ଼ୁଥିଲେ। ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଚାଲୁଥିବା ବେଳେ ଅଭିଷେକ ନଦିଗାଁ ହାଇସ୍କୁଲରେ ପ୍ରଥମ ସାହିତ୍ୟ ପରୀକ୍ଷା ଦେଇ ସାରିଥିଲେ। ଶୁକ୍ରବାର ଇଂରାଜୀ ପରୀକ୍ଷା ଥିଲା। ହେଲେ ଗତ କାଲି ରାତିରେ ନିଜ ଶୋଇବା ଘର ଭିତରେ ଫ୍ୟାନରେ ମାଉସୀର ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ କେଉଁ କାରଣରୁ ଅଭିଷେକ ଆତ୍ମହତ୍ୟା କରିଛନ୍ତି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ଧାମନଗର ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

Tags: