ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ ନମୁନା ପ୍ରଶ୍ନପତ୍ର

ଭୁବନେଶ୍ୱର : ଏଣିକି ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରସ୍ତୁତ ହେଲା ନମୂନା ପ୍ରଶ୍ନପତ୍ର । ଏନେଇ ଗଣଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୂନା ପ୍ରଶ୍ନପତ୍ର । ସମସ୍ତ ବିଷୟର ଗୋଟିଏ ଗୋଟିଏ ସେଟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛି ବୋର୍ଡ। ଫଳରେ ସେମାନେ ପରୀକ୍ଷା ପୂର୍ବରୁ ସେହି ଅନୁଯାୟୀ ନିଜକୁୁ ପ୍ରସ୍ତୁତ କରିପାରିବେ । […]

Samaya Live Picture
Published On

ଭୁବନେଶ୍ୱର : ଏଣିକି ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରସ୍ତୁତ ହେଲା ନମୂନା ପ୍ରଶ୍ନପତ୍ର । ଏନେଇ ଗଣଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୂନା ପ୍ରଶ୍ନପତ୍ର । ସମସ୍ତ ବିଷୟର ଗୋଟିଏ ଗୋଟିଏ ସେଟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛି ବୋର୍ଡ। ଫଳରେ ସେମାନେ ପରୀକ୍ଷା ପୂର୍ବରୁ ସେହି ଅନୁଯାୟୀ ନିଜକୁୁ ପ୍ରସ୍ତୁତ କରିପାରିବେ । ନମୂନା ପ୍ରଶ୍ନପତ୍ର ସମସ୍ତ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ।

Tags: