ମାଘରେ କଲବଲ କଲାଣି ତାତି

ଭୁବନେଶ୍ୱର : ଆଉ ନାହିଁ ମାଘ ମାସ ଶୀତ ବାଘ ପରୀ I ମାଘ ମାସରେ ଟାଇଁ ଟାଇଁ ମରିଲାଣି ଖରା I ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ରାତିର ତାପମାତ୍ରା ବୃଦ୍ଧି ଘଟିଛି। ମଙ୍ଗଳବାର ରାତିରେ ଉପକୂଳ ଓଡିଶାରେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ଯାଏଁ ରାତି ତାପମାତ୍ରା ବଢିଛି ଇ ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାର ରାତି ତାପମାତ୍ରା ୨୦ ଡିଗ୍ରୀ ମଧ୍ୟରେ ରହିଛି I ସୋମବାର ରାତିରେ ଅନେକ ସ୍ଥାନରେ ରାତି ତାପମାତ୍ରା […]

Samaya Live Picture
Published On

ଭୁବନେଶ୍ୱର : ଆଉ ନାହିଁ ମାଘ ମାସ ଶୀତ ବାଘ ପରୀ I ମାଘ ମାସରେ ଟାଇଁ ଟାଇଁ ମରିଲାଣି ଖରା I ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ରାତିର ତାପମାତ୍ରା ବୃଦ୍ଧି ଘଟିଛି। ମଙ୍ଗଳବାର ରାତିରେ ଉପକୂଳ ଓଡିଶାରେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ଯାଏଁ ରାତି ତାପମାତ୍ରା ବଢିଛି ଇ ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାର ରାତି ତାପମାତ୍ରା ୨୦ ଡିଗ୍ରୀ ମଧ୍ୟରେ ରହିଛି I ସୋମବାର ରାତିରେ ଅନେକ ସ୍ଥାନରେ ରାତି ତାପମାତ୍ରା ୧୮ ଡିଗ୍ରୀ ଉପରେ ରହିଥିବାରୁ ଶୀତ ବଦଳରେ ଗରମ ଅନୁଭୂତ ହୋଇଥିଲା I
ସେହିଭଳି ଆଭ୍ୟନ୍ତରୀଣ ଓଡିଶାରେ ରାତିର ତାପମାତ୍ରା ୩ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେପଟେ ରାଜ୍ୟରେ ଏବେ ଶୀତର ମାତ୍ରା ଟିକିଏ କମିଛି । ହେଲେ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି। ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜୁଛି। କୁହୁଡି ଯୋଗୁଁ ରାସ୍ତାଘାଟ ଦେଖାଯାଉନଥିବାରୁ ଅନେକ ସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା ଘଟି ଜୀବନ ଯାଉଥିବାର ଖବର ମଧ୍ୟ ସାମ୍ନାକୁ ଆସୁଛି।

Tags: