ମାଓ ଆଡ୍ଡାସ୍ଥଳୀ ଧ୍ବଂସ,ବିପୁଳ ପରିମାଣରେ ବିସ୍ଫୋରକ ଜବତ
ମାଲକାନଗିରି: ମାଓବାଦୀଙ୍କ ଆଡ୍ଡାସ୍ଥଳୀରେ ଏସ୍ଟିଏଫ ଓ ସିଆରପିଏଫର ମିଳିତ ଚଢାଉ । ଆଜି ଚଢ଼ାଉରେ ମାଓବାଦୀଙ୍କ ଆଡ୍ଡା ସ୍ଥଳୀକୁ ନଷ୍ଟ କରିଛନ୍ତି ଚାଇବାସା ଏସ୍ଟିଏଫ୍ ଓ ସିଆରପିଏଫ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଓଦମନ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଆଜି ଓଡିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମି ଅଞ୍ଚଳରେ ଏସ୍ଟିଏଫ୍ ପକ୍ଷରୁ ଚଢାଉ କରାଯାଇଛି। ଏହି ଅଞ୍ଚଳରେ ମାଓବାଦୀମାନେ ରହୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଚଢ଼ାଉ ରେ ୫ […]
ମାଲକାନଗିରି: ମାଓବାଦୀଙ୍କ ଆଡ୍ଡାସ୍ଥଳୀରେ ଏସ୍ଟିଏଫ ଓ ସିଆରପିଏଫର ମିଳିତ ଚଢାଉ । ଆଜି ଚଢ଼ାଉରେ ମାଓବାଦୀଙ୍କ ଆଡ୍ଡା ସ୍ଥଳୀକୁ ନଷ୍ଟ କରିଛନ୍ତି ଚାଇବାସା ଏସ୍ଟିଏଫ୍ ଓ ସିଆରପିଏଫ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଓଦମନ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।
ଆଜି ଓଡିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମି ଅଞ୍ଚଳରେ ଏସ୍ଟିଏଫ୍ ପକ୍ଷରୁ ଚଢାଉ କରାଯାଇଛି। ଏହି ଅଞ୍ଚଳରେ ମାଓବାଦୀମାନେ ରହୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଚଢ଼ାଉ ରେ ୫ କେଜି ବିଶିଷ୍ଟ ୫ଟି ଆଇଡି, ଡେଟୋନେଟର, ବ୍ୟାନର ସହ ପୋଷ୍ଟର ଏବଂ ରେଡ଼ିଓ ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ସେହିଭଳି ୧୬ ଟି ମାଓ ବଙ୍କରକୁ ମଧ୍ୟ ଧ୍ୱଂସ କରାଯାଇଛି ।




