ମହିଳାଙ୍କ ଖାତାକୁ ଆସିଲା ଟଙ୍କା

ବ୍ରହ୍ମପୁର : ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କୁ ବଡ଼ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଏକାକାଳୀନ କୋଟିଏ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଯୋଜନାର ୨ୟ କିସ୍ତି ଟଙ୍କା । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଯୋଜନା ୨ ୟ କିସ୍ତିର ୫ ହଜାର ଟଙ୍କା ଯାଇଛି । ବ୍ରହ୍ମପୁର ସମାବେଶରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ, ପ୍ରଭାତୀ ପରିଡ଼ାଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ […]

Samaya Live Picture
Published On

ବ୍ରହ୍ମପୁର : ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କୁ ବଡ଼ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଏକାକାଳୀନ କୋଟିଏ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଯୋଜନାର ୨ୟ କିସ୍ତି ଟଙ୍କା । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଯୋଜନା ୨ ୟ କିସ୍ତିର ୫ ହଜାର ଟଙ୍କା ଯାଇଛି । ବ୍ରହ୍ମପୁର ସମାବେଶରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ, ପ୍ରଭାତୀ ପରିଡ଼ାଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ରହିଥିଲେ ।

ସୁଭଦ୍ରା ଯୋଜନା ଟଙ୍କା ଆସିବାରୁ ନେଇ ମହିଳା ମାନେ ଉତ୍ସାହିତ ଅଛନ୍ତି । ସେହିପରି ଆଉ କିଛି ହିତାଧିକାରୀଙ୍କ ଭିତରେ ଅଧିକ ଉତ୍କଣ୍ଠା ଦେଖାଯାଇଛି । କିଛି ଜଣଙ୍କ ଆକାଉଣ୍ଟକୁ ମୁଖ୍ଯମନ୍ତ୍ରୀ ସିଧା ୧୦ ହଜାର ଟଙ୍କା ପଠାଇଛନ୍ତି ।

ରାଜ୍ୟର ଜାନୁୟାରୀ ଶେଷ ସୁଦ୍ଧା ୧ କୋଟି ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ । କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ବଞ୍ଚିତ ନ ହୁଅନ୍ତି ସୁଭଦ୍ରା ଯୋଜନାରୁ ତାହା ଉପରେ ସରକାର ଗୁରୁତ୍ବ ଦେଉଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି । ସୁଭଦ୍ରା ଯୋଜନାରେ ଅନେକ ମହିଳା ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ । ପଞ୍ଚମ ପର୍ଯ୍ୟାୟରେ ଏହି ଟଙ୍କା ମିଳିପାରେ ବୋଲି ସେମାନେ ଆଶା ରଖିଥିଲେ । ଯଦି କୌଣସି ତ୍ରୁଟି କାରଣରୁ ମଧ୍ୟ ଏହି ପର୍ଯ୍ୟାୟରେ ସେମାନଙ୍କୁ ଟଙ୍କା ନ ମିଳିଛି ତେବେ ଦ୍ୱିତୀୟ କିସ୍ତିରେ ଏକାଥରେ ୧୦ ଟଙ୍କା ମିଳିବ । ଏହା ପୂର୍ବରୁ ୬ ତାରିଖରେ ବାକିଥିବା ରାଜ୍ୟର ୨ଲକ୍ଷ ୩୦ହଜାରରୁ ଅଧିକ ହିତାଧିକାରୀ ମହିଳା ପ୍ରଥମ କିସ୍ତିର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଟଙ୍କା ପାଇଥିଲେ ।

ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଗତ ସେପ୍ଟେମ୍ୱର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଏଯାଏଁ ୫ଟି ପର୍ଯ୍ୟାୟରେ ୧ କୋଟି ୬୪ ହଜାର ମହିଳା ପ୍ରଥମ କିସ୍ତି ସହାୟତା ରାଶି ପାଇଥିଲେ । ଶନିବାର ସେମାନେ ପୁଣି ୫ ହଜାର ଟଙ୍କା ପାଇଛନ୍ତି । ଗୋଟିଏ ଦିନରେ ଏହି ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଦ୍ୱିତୀୟ କିସ୍ତି ଟଙ୍କା ପଠାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପିଲ କ୍ରମେ ଶୁକ୍ରବାର ସୁଭଦ୍ରା ହିତାଧିକାରୀମାନେ ଘରର ମୁଖ୍ୟ ଦ୍ୱାରରେ ମା’ସୁଭଦ୍ରାଙ୍କ ନାଁରେ ସନ୍ଧ୍ୟାରେ ଦୀପ ଜାଳିଥିଲେ ।

 

Tags: