ମହାବଳ ବାଘ ଆତଙ୍କ,କ୍ୟାମେରାରେ ଫଟୋ କଏଦ୍
ଗୁଣପୁର : ରାୟଗଡା ଜିଲ୍ଲା ଗୁଣୁପୁର ଗଜପତି ସୀମାନ୍ତରେ ମହାବଳ ଆତଙ୍କ । ଗଜପତି ଜିଲ୍ଲାରେ କିଛି ଦିନ ଧରି ଆର, ଉଦୟଗିରି ଅଞ୍ଚଳରେ ଏହି ବାଘର ଆତଙ୍କ ଦେଖାଦେଇଛି । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମରା ଲଗାଇଥିବା ବେଳେ କ୍ୟାମେରାରେ ଫଟୋକଏଦ୍ ହୋଇଥିବା ସୁଚନା ମିଳିଛି । ସୋମବାର ସଂନ୍ଧ୍ୟାରେ ଏହି ମହାବଳ ବାଘ ଗଜପତିର ଆର୍ ଉଦୟଗିରି ସୀମା ଡେଇଁ ରାୟଗଡା ଜିଲ୍ଲାର ସୀମାନ୍ତ […]
ଗୁଣପୁର : ରାୟଗଡା ଜିଲ୍ଲା ଗୁଣୁପୁର ଗଜପତି ସୀମାନ୍ତରେ ମହାବଳ ଆତଙ୍କ । ଗଜପତି ଜିଲ୍ଲାରେ କିଛି ଦିନ ଧରି ଆର, ଉଦୟଗିରି ଅଞ୍ଚଳରେ ଏହି ବାଘର ଆତଙ୍କ ଦେଖାଦେଇଛି । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମରା ଲଗାଇଥିବା ବେଳେ କ୍ୟାମେରାରେ ଫଟୋକଏଦ୍ ହୋଇଥିବା ସୁଚନା ମିଳିଛି ।
ସୋମବାର ସଂନ୍ଧ୍ୟାରେ ଏହି ମହାବଳ ବାଘ ଗଜପତିର ଆର୍ ଉଦୟଗିରି ସୀମା ଡେଇଁ ରାୟଗଡା ଜିଲ୍ଲାର ସୀମାନ୍ତ ମଧ୍ୟରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ଅନୁମାନ କରିଛି । ଗୁଣୁପୁର ରେଞ୍ଜ ବନ ବିଭାଗ ସୁଚନା ପାଇବା ପରେ ରାୟଗଡା ଓ ଗଜପତି ସୀମାରେ ଥିବା ପଦ୍ମପୁରର ଡଲମା, ତବଲାଗୁଡା,ତର୍ପାଗୁଡା, ଲିକିଟିପଦର ପାହାଡିଆ ଅଞ୍ଚଳରେ ଥିବା ଗ୍ରାମ ଗୁଡିକୁ ସଜାଗ କରାଇଛି ବନବିଭାଗ ।




