ମହାନଦୀ ମୂହାଣରେ ଡ଼ଙ୍ଗା ବୁଡି
ପାରାଦୀପ : ମହାନଦୀ ମୂହାଣରେ ବୁଡିଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା I ମତ୍ସ୍ୟଜୀବୀ ମାନେ ମାଛ ଧରିବାକୁ ଯାଇ ଆଜି ଅପରାହ୍ନରେ କୂଳକୁ ଫେରୁଥିଲେ I ଏହିବି ସମୟରେ ବିପରୀତ ଦିଗରୁ ପ୍ରଚଣ୍ଡ ବର୍ଶା ପବନ ହେବାରୁ ହଠାତ ଦଙ୍ଗା ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା I ଏହି ସମୟରେ ଡଙ୍ଗାରେ ୭ ରୁ ୮ ଜଣ ମତ୍ସ୍ୟଜୀବୀ ରହିଥିଲେ I ଜଗତସିଂପୁର ଜିଲ୍ଲା ପାରାଦୀପ ମୂହାଣରେ ଏହି ଦୁର୍ଘଟଣା ଘଟିଛି I ଏହି ସମୟରେ ମତ୍ସ୍ୟଜୀବୀ […]
ପାରାଦୀପ : ମହାନଦୀ ମୂହାଣରେ ବୁଡିଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା I ମତ୍ସ୍ୟଜୀବୀ ମାନେ ମାଛ ଧରିବାକୁ ଯାଇ ଆଜି ଅପରାହ୍ନରେ କୂଳକୁ ଫେରୁଥିଲେ I ଏହିବି ସମୟରେ ବିପରୀତ ଦିଗରୁ ପ୍ରଚଣ୍ଡ ବର୍ଶା ପବନ ହେବାରୁ ହଠାତ ଦଙ୍ଗା ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା I ଏହି ସମୟରେ ଡଙ୍ଗାରେ ୭ ରୁ ୮ ଜଣ ମତ୍ସ୍ୟଜୀବୀ ରହିଥିଲେ I ଜଗତସିଂପୁର ଜିଲ୍ଲା ପାରାଦୀପ ମୂହାଣରେ ଏହି ଦୁର୍ଘଟଣା ଘଟିଛି I ଏହି ସମୟରେ ମତ୍ସ୍ୟଜୀବୀ ମାନେ ଦଙ୍ଗାରେ ଥିବା ପ୍ଲାଷ୍ଟିକ ଜାର କୁ ଧରି ପାଣିରେ ଭାସୁଥିବାର ଦେଖାଯାଇଥିଲା ମତ୍ସ୍ୟଜୀବୀଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର ପାଇଁ ଆସିଥିଲେ। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଡଙ୍ଗାରେ ୭ରୁ ୮ ଜଣଥିବା ଜଣାପଡୁଛି।




