ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ,ଉଦ୍ଧାର କଲେ ଅଗ୍ନିଶମ ବାହିନୀ
କଟକ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ,ଠିକ ସମୟରେ ଦେବଦୁତ ସାଜିଲେ ଅଗ୍ନିଶମ ବାହିନୀ । କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବକଙ୍କୁ ଦେଖି ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପରେ ଅଗ୍ନିଶମବାହିନୀ ଓ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ପହଂଚି ଯୁବକଙ୍କୁ ଉଦ୍ଧାର କରିଥିଲେ ।ସୂଚନା ଅନୁସାରେ, ସାଙ୍ଗମାନଙ୍କ ସହ ଗଣ୍ଡଗୋଳ ହୋଇଥିବାରୁ ପରିବାର ଲୋକଙ୍କ ମାଡ଼ ଭୟରେ […]
କଟକ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ,ଠିକ ସମୟରେ ଦେବଦୁତ ସାଜିଲେ ଅଗ୍ନିଶମ ବାହିନୀ । କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବକଙ୍କୁ ଦେଖି ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପରେ ଅଗ୍ନିଶମବାହିନୀ ଓ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ପହଂଚି ଯୁବକଙ୍କୁ ଉଦ୍ଧାର କରିଥିଲେ ।ସୂଚନା ଅନୁସାରେ, ସାଙ୍ଗମାନଙ୍କ ସହ ଗଣ୍ଡଗୋଳ ହୋଇଥିବାରୁ ପରିବାର ଲୋକଙ୍କ ମାଡ଼ ଭୟରେ ସମ୍ପୃକ୍ତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବକ ଜଣକ ଭୁବନେଶ୍ବରରୁ ବାଇକରେ ଆସି ବ୍ରିଜ୍ ଉପରେ ଗାଡି ରଖିଥିଲେ । ପରେ ମହାନଦୀକୁ ଡେଇଁ ପଡିଥିଲେ ।ହେଲେ ମହାନଦୀରେ ପାଣି କମ୍ ଥିବାରୁ ସେ ବୁଡ଼ି ପାରି ନ ଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସୁବର୍ଣ୍ଣପୁର ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଯୁବକଙ୍କ ଘର ଭୁବନେଶ୍ୱର ଡୁମୁଡୁମା ଅଂଚଳରେ ତାଙ୍କ ନାଁ ଶେଖ ଜାହାଙ୍ଗୀର ।




