ମଶାଣିରୁ ଶବ ଗାଏବ
ଭଦ୍ରକ : ମଶାଣିରୁ ଶବ ଚୋରି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଦଶାହ କର୍ମ ପୂର୍ବରୁ ମଶାଣିରୁ କେହି ଜଣେ ଶବ ଖୋଳି ବାହାର କରି ନେଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ମଣିନାଥପୁର ସ୍ୱର୍ଗଦ୍ଵାର ମଶାଣିରେ । ମାଣିନାଥ ପୁର ଗ୍ରାମର ତାପସ ସାମଲଙ୍କ ମା’ ରୁକ୍ମଣୀ ସାମଲଙ୍କ ମୃତ୍ୟୁ ପରେ ଗାଁରେ ଥିବା ସ୍ୱର୍ଗଦ୍ଵାର ମଶାଣିରେ ଶବକୁ ପୋତା ଯାଇଥିଲା । […]
ଭଦ୍ରକ : ମଶାଣିରୁ ଶବ ଚୋରି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଦଶାହ କର୍ମ ପୂର୍ବରୁ ମଶାଣିରୁ କେହି ଜଣେ ଶବ ଖୋଳି ବାହାର କରି ନେଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ମଣିନାଥପୁର ସ୍ୱର୍ଗଦ୍ଵାର ମଶାଣିରେ । ମାଣିନାଥ ପୁର ଗ୍ରାମର ତାପସ ସାମଲଙ୍କ ମା’ ରୁକ୍ମଣୀ ସାମଲଙ୍କ ମୃତ୍ୟୁ ପରେ ଗାଁରେ ଥିବା ସ୍ୱର୍ଗଦ୍ଵାର ମଶାଣିରେ ଶବକୁ ପୋତା ଯାଇଥିଲା । ଏହା ପରେ ଆଜି ଦଶାହ କର୍ମ ଥିବା ବେଳେ ପରିବାର ଲୋକେ ଦଶାହ କର୍ମ ପାଇଁ ସେଠାକୁ ଯାଇଥିଲେ । ସେଠାରେ ରୁକ୍ମଣୀ ପୋତା ହୋଇଥିବା ସ୍ଥାନକୁ କେହି ଖୋଳି ଶବ ନେଇ ଯାଇଥିବା ପରିବାର ଲୋକ ଦେଖିବା ପାଇଛନ୍ତି । ଶବ ପୋତାଯାଇଥିବା ସ୍ଥାନରେ କିଛି ମଦ ବୋତଲ ପଡିଥିବାବେଳେ,ଶବଟିକୁ ଘୋଷାରି ଘୋଷାରି ନେଇଥିବା ଦେଖାଯାଇଥିଲା ।
ତେବେ ଏହି ମଶାଣିରୁ ଶବ ଚୋରି ହେବା କଥା କିଛି ନୂଆ କଥା ନୁହେଁ, ଗତ କିଛି ବର୍ଷ ତଳେ ମଧ ଏଠାରୁ ଶବ ଚୋରି ହୋଇଥିବା ବେଳେ ଏନେଇ ଭଣ୍ଡାରିପୋଖରୀ ଥାନା ରେ ଅଭିଯୋଗ ହୋଇଥିଲା । ପରେ ପୁଲିସ ତଦନ୍ତ କରିଥିଲେ କିନ୍ତୁ ଚୋରିର କାରଣ ଜଣା ପଡିନଥିଲା । ତେବେ ପୁଣି ରୁକ୍ମଣୀ ସାମଲଙ୍କ ଶବ ଚୋରିକୁ ନେଇ ଦଶାହ କର୍ମ ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ହୋଇନାହିଁ ।




