ମର୍ମନ୍ତୁଦ ସଡକ ଦୁର୍ଘଟଣା ୧ ମୃତ,୨ ଗୁରୁତର
ଭୁବନେଶ୍ୱର /ଜଳେଶ୍ୱର : ୨ ଟି ସ୍ଥାନରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି I ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଡମଣା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟି ଦ୍ରୁତ ଗତିରେ କେଳୁଚରଣ ପାର୍କ ପଟୁ ଆସି ପ୍ରଥମେ ଡମଣା ଟ୍ରାଫିକ ପୋଷ୍ଟକୁ ଉଡାଇ ଦେଇ ଅପରପାର୍ଶ୍ବରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା । ଫଳରେ ଏଥିରେ ୨ ଜଣ […]
ଭୁବନେଶ୍ୱର /ଜଳେଶ୍ୱର : ୨ ଟି ସ୍ଥାନରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି I ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଡମଣା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟି ଦ୍ରୁତ ଗତିରେ କେଳୁଚରଣ ପାର୍କ ପଟୁ ଆସି ପ୍ରଥମେ ଡମଣା ଟ୍ରାଫିକ ପୋଷ୍ଟକୁ ଉଡାଇ ଦେଇ ଅପରପାର୍ଶ୍ବରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା । ଫଳରେ ଏଥିରେ ୨ ଜଣ ପଥଚାରୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଥିଲା । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଗାଡିଚାଳକ ନିଶାଗ୍ରସ୍ତ ଅବସ୍ଥାରେ ଭାରସମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲେ ।
ସେହିପରି ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଛଣପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସ୍କୁଟି ଏବଂ ମାରୁତି ଡିଜାୟାର କାର ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି।
ସୂଚନାନୁସାରେ,ଆଜି ଭୋର ସମୟରେ ପଶ୍ଚିମବଙ୍ଗ କସିଦା ଗାଁର ଅବନ୍ତୀ କର ସ୍କୁଟି ଯୋଗେ କମର୍ଦ୍ଦାରୁ ନିଜ ଗାଁ କୁ ଫେରୁଥିଲେ । ଏହି ସମୟରେ ଛଣପୋଖରୀ ଛକ ନିକଟରେ ଚନ୍ଦନେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ ମାରୁତି ଡିଜାୟାର କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଅବନ୍ତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବର ପାଇ କମର୍ଦ୍ଦା ଥାନା ପୋଲିସ କାର ଏବଂ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ କରୁଛି ।




