ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ
ଭୁବନେଶ୍ୱର : ମନ୍ମଥ ରାଉତରାୟଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ I ଏହାର ଜବାବ ନ ମିଳିବାରୁ କଂଗ୍ରେସ ଦଳରୁ ନିଲମ୍ବିତ ହେଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ I ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ କମିଟି ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି। ନିଲମ୍ବନକୁ ନେଇ ମନ୍ମଥ ରାଉତରାୟ ନିଜ ପ୍ରତିକ୍ରିୟାରେ […]
ଭୁବନେଶ୍ୱର : ମନ୍ମଥ ରାଉତରାୟଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ I ଏହାର ଜବାବ ନ ମିଳିବାରୁ କଂଗ୍ରେସ ଦଳରୁ ନିଲମ୍ବିତ ହେଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ I ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ କମିଟି ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି।
ନିଲମ୍ବନକୁ ନେଇ ମନ୍ମଥ ରାଉତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ‘କଂଗ୍ରେସରେ ମୁଁ ସଦସ୍ୟ ନଥିଲି, ନିଲମ୍ବନ କଣ ହେବି? ମୁଁ ଚାକିରିରେ ଥିଲି, ତେଣୁ କଂଗ୍ରେସର ସଦସ୍ୟ ଆଦୌ ନଥିଲି । ଯଦି ବି କେହି ମୋ ନାଁ ପିସିସି ସଦସ୍ୟ ତାଲିକାରେ ଯୋଡିଥାନ୍ତି ତେବେ କମିଟି କିଭଳି ଏହାକୁ ଗ୍ରହଣ କଲା । କାରଣ ମୁଁ କଂଗ୍ରେସରେ ସାମିଲ ହେବା ନେଇ କୌଣସି ଅନୁମତି ଦେଇନାହିଁ । ପ୍ରଥମତଃ ମୁଁ କଂଗ୍ରେସ ଦଳରେ ନାହିଁ ତେଣୁ ମୋତେ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ଶୃଙ୍ଖଳା କମିଟି ଭୁଲ କରିଥିଲା । ଦ୍ୱିତୀୟତଃ ଦଳରେ ନଥାଇ ସୁଦ୍ଧା ମୋତେ ନିଲମ୍ବନ କରାଯାଉଛି ଏହା ଶୃଙ୍ଖଳା କମିଟିର ଦ୍ୱିତୀୟ ଭୁଲ । ନିଲମ୍ବନ କରି ଏହି ଭୁଲ କରନ୍ତୁ ବୋଲି ମୁଁ ଚାହୁଁଥିଲି । ଏଭଳି ନିଲମ୍ବନ ଦର୍ଶାଉଛି ଯେ, ଶୃଙ୍ଖଳା କମିଟି କୌଣସି ଯାଞ୍ଚ କରୁନାହିଁ ।
ସୂଚନାନୁସାରେ, କିଛି ଦିନ ତଳେ କଂଗ୍ରେସରୁ ଲଢ଼ିବେନି ବୋଲି ମନ୍ମଥ କହିଥିଲେ। ତେବେ କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ବୋଲି ଗଣମାଧ୍ୟମରେ କହିଥିଲେ। ମନ୍ମଥଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଥିଲା। ଗୋଟିଏ ପକ୍ଷରେ ପୁଅ ମନ୍ମଥ କଂଗ୍ରେସରୁ ଲଢ଼ିବେ ବୋଲି ସୁର ରାଉତରାୟ କହୁଥିବା ବେଳେ ଅନ୍ୟ ପକ୍ଷରେ ମନ୍ମଥ କଂଗ୍ରେସରୁ ଲଢ଼ିବେନି ବୋଲି କହିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା।ସେହିପରି ମନ୍ମଥ କଂଗ୍ରେସରେ ପିସିସି ସଦସ୍ୟଥିଲେ। ହେଲେ ସେ ସ୍ୱାଧୀନ ଏବଂ ତାଙ୍କର କେଉଁ ରାଜନୈତିକ ଦଳ ସହ ସଂପୃକ୍ତି ନାହିଁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଏନେଇ କଂଗ୍ରେସ ପକ୍ଷରୁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ସେ ତାହାର ଉତ୍ତର ଦେଇ ନଥିଲେ। ଏଥିପାଇଁ ତାଙ୍କୁ ଦଳରୁ ନଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି।




