ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ମନ୍ତ୍ରୀପରିଷଦ ବୈଠକ ଆରମ୍ଭ । ମୁଖ୍ୟମନ୍ତ୍ରୀଙ୍କ ଆଧ୍ୟକ୍ଷତାର ବୈଠକ ଆରମ୍ଭ ହୋଇଛି । ବୈଠକରେ ରାଜ୍ୟର ସମସ୍ତ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିଛନ୍ତି । ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିବାର ସମ୍ଭାବନା ରହିଛି । ସେପଟେ ଆଜି ସର୍ବଦଳୀୟ ବୈଠକ ଡ଼କାଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ମନ୍ତ୍ରୀପରିଷଦ ବୈଠକ ଆରମ୍ଭ । ମୁଖ୍ୟମନ୍ତ୍ରୀଙ୍କ ଆଧ୍ୟକ୍ଷତାର ବୈଠକ ଆରମ୍ଭ ହୋଇଛି । ବୈଠକରେ ରାଜ୍ୟର ସମସ୍ତ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିଛନ୍ତି । ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିବାର ସମ୍ଭାବନା ରହିଛି ।
ସେପଟେ ଆଜି ସର୍ବଦଳୀୟ ବୈଠକ ଡ଼କାଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଓ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ବୈଠକରେ ସାମିଲ ହେବେ । ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୨୫ ତାରିଖ ଯାଏଁ ଅଧିବେଶନ ଚାଲିବ। ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିବ । ଗୋଟିଏ ଦିନ ପ୍ରାଇଭେଟ ମେମ୍ବର ବିଲ୍ ଏବଂ ଗୋଟିଏ ଦିନ ନୋ ଅଫିସ ଡେ ରହିଛି ।
ଅଧିବେଶନଟି ସଂକ୍ଷିପ୍ତ ହେଲେ ବି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଜୋରଦାର୍ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆସନ୍ତା ଅଧିବେଶନରେ ଦୁଇ ବିରୋଧୀ ଦଳ ମୁଖ୍ୟତଃ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ସାର ସମସ୍ୟା, ଧାନ କିଣା ରେ ବିଭ୍ରାଟ, ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଅଶାନ୍ତ, ରଥଯାତ୍ରା ବିଭ୍ରାଟ ଭଳି ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି ।




