ମଞ୍ଚେଶ୍ୱର ,ସରକାରୀ ଔଷଧ ଗୋଦାମରେ ଅଗ୍ନିକାଣ୍ଡ
ଭୁବନେଶ୍ୱର : ଜଳିଗଲା ସରକାରୀ ଔଷଧ ଗୋଦାମ I ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ମଂଚେଶ୍ୱର ଶିଳ୍ପାଂଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ I ମଞ୍ଚେଶ୍ୱରରେ ମହିନ୍ଦ୍ରା ଶୋ ରୁମ ପାଖରେ ଥିବା ଏହି ଜ୍ୟ ଔଷଧ ଗୋଦାମରେ କୋଭିଡ ପାଇଁ ଷ୍ଟକ ଥିବା ସାନିଟାଇଜର, ମାସ୍କ, ସ୍ପିରିଟ, ଅକ୍ସିଜେନ ସିଲିଣ୍ଡର ଗ୍ୟାସ ଟାଙ୍କି ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି। ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି। ରାତି […]
ଭୁବନେଶ୍ୱର : ଜଳିଗଲା ସରକାରୀ ଔଷଧ ଗୋଦାମ I ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ମଂଚେଶ୍ୱର ଶିଳ୍ପାଂଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ I ମଞ୍ଚେଶ୍ୱରରେ ମହିନ୍ଦ୍ରା ଶୋ ରୁମ ପାଖରେ ଥିବା ଏହି ଜ୍ୟ ଔଷଧ ଗୋଦାମରେ କୋଭିଡ ପାଇଁ ଷ୍ଟକ ଥିବା ସାନିଟାଇଜର, ମାସ୍କ, ସ୍ପିରିଟ, ଅକ୍ସିଜେନ ସିଲିଣ୍ଡର ଗ୍ୟାସ ଟାଙ୍କି ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି। ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି। ରାତି ପ୍ରାୟ ୧୦.୪୫ ରୁ ୧୧ଟା ଭିତରେ ନିଆଁ ଲାଗିଥିବା ଜଣାପଡିଛି।
ନିଆଁର ବେଗ ଏତେ ପ୍ରଖର ଥିଲା କି ଅଗ୍ନିଶମ ବାହିନୀଙ୍କୁ ନିଆଁ ଆୟତ୍ତ କରିବାକୁ ଦୀର୍ଘ ସମୟ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀର ୫ ଟି ଗାଡି I ତେବେ ଗୋଦାମରେ ଅଧିକ ଜଳନଶୀଳ ସାମଗ୍ରୀ ମାସ୍କ, ସାନିଟାଇଜର ଓ ଅକ୍ସିଜେନ୍ ସିଲିଣ୍ଡରଇତ୍ୟାଦି ଥିବାରୁ ନିଆଁକୁ ଲିଭାଇବା ପାଇଁ ଫୋମ୍ ବ୍ୟବହାର କରାଯାଇଥିଲା । ଔଷଧ ଗୋଦାମଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି । ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରଥମେ ଜେସିବି ସହାୟତାରେ ଔଷଧ ଗୋଦାମର କାନ୍ଥକୁ ଭାଙ୍ଗି ତାହା ଭିତରେ ପଶିଥିଲେ। ପ୍ରାୟ ୭ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିବା ଜଣାଯାଇଛି। ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । .




