ଭୁସୁଡ଼ିଲା ଭାର୍ଗବୀ ନଦୀ ବନ୍ଧ
ପିପିଲି : ଭୁଶୁଡ଼ିଲା ଭାର୍ଗବୀ ନଦୀ ବନ୍ଧ। ପିପିଲି ରଥପୁରୁଷୋତ୍ତମପୁର ସ୍ଥିତ ଭାର୍ଗବୀ ନଦୀବନ୍ଧରେ ୩୦୦ ମିଟରରୁ ଉର୍ଦ୍ଧ ବନ୍ଧରେ ଦେଖାଯାଇଛି ଫାଟ। ବନ୍ଧ ଫାଟି ଆଁ କରିଥିବା ବେଳେ ଗତ ତିନି ମାସ ତଳେ ନୂତନ ଭାବେ ନିର୍ମାଣ ହୋଇଥିବା ପଥର ପ୍ୟାଚିଂ କାମ ଭୁଷୁଡ଼ି ପଡ଼ିଛି । ତେବେ ସତ୍ୟବାଦୀ ଜଳ ସମ୍ପଦ ବିଭାଗ ଡିଭିଜନ ଅଧୀନରେ ୫୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିବା ବନ୍ଧ କାମ ତିନି ମାସ ନ […]
ପିପିଲି : ଭୁଶୁଡ଼ିଲା ଭାର୍ଗବୀ ନଦୀ ବନ୍ଧ। ପିପିଲି ରଥପୁରୁଷୋତ୍ତମପୁର ସ୍ଥିତ ଭାର୍ଗବୀ ନଦୀବନ୍ଧରେ ୩୦୦ ମିଟରରୁ ଉର୍ଦ୍ଧ ବନ୍ଧରେ ଦେଖାଯାଇଛି ଫାଟ। ବନ୍ଧ ଫାଟି ଆଁ କରିଥିବା ବେଳେ ଗତ ତିନି ମାସ ତଳେ ନୂତନ ଭାବେ ନିର୍ମାଣ ହୋଇଥିବା ପଥର ପ୍ୟାଚିଂ କାମ ଭୁଷୁଡ଼ି ପଡ଼ିଛି । ତେବେ ସତ୍ୟବାଦୀ ଜଳ ସମ୍ପଦ ବିଭାଗ ଡିଭିଜନ ଅଧୀନରେ ୫୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିବା ବନ୍ଧ କାମ ତିନି ମାସ ନ ପୂରୁଣୁ ଭୁଷୁଡ଼ି ପଡ଼ିବା ନିମ୍ନ ମାନର କାମ ହୋଇଥିବା ସ୍ପଷ୍ଟ ପ୍ରମାଣିତ କରୁଛି।
ବିଭାଗୀୟ ଅଧିକାରୀଙ୍କ ଏଥିପ୍ରତି ନିଘା ନାହିଁ I ଯଦି ଦୁଇ ଦିନ ଲଗାଣ ବର୍ଷାରେ ବନ୍ଧ ଏପରି ଅବସ୍ଥା ହେଉଛି ନଦୀରେ ପାଣି ଆସି ବନ୍ଧକୁ ଲାଗିଲେ ସ୍ଥିତି କଣ ହେବ ବୋଲି ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା।




