ଭୁଶୁଡି ପଡିଲା ୨ ମହଲା କୋଠା

ସମ୍ବଲପୁର: ପ୍ରବଳ ବର୍ଷା ପାଇଁ ଭୁଶୁଡିପଡିଲା ପୁରୁଣା କୋଠା I ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ ଥିବା ଏକ ବହୁ ପୁରୁଣା କୋଠା ଆଜି ଭୁଶୁଡ଼ି ପଡ଼ିଛି I ତେବେ କୋଠାଟିରେ କେହି ରହୁ ନଥିଲେ I ସୂଚନାନୁସାରେ, ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ ଥିବା ଏକ ବହୁ ପୁରୁଣା କୋଠାର ଗୋଟିଏ ପାର୍ଶ୍ୱ ଆଜି ଭୁଶୁଡ଼ି ପଡ଼ିଛି I କୋଠାଟି ବହୁ ପୁରୁଣା ଓ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ କୋଠାଟିରେ କେହି ରହୁ ନଥିଲେ I […]

Samaya Live Picture
Published On

ସମ୍ବଲପୁର: ପ୍ରବଳ ବର୍ଷା ପାଇଁ ଭୁଶୁଡିପଡିଲା ପୁରୁଣା କୋଠା I ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ ଥିବା ଏକ ବହୁ ପୁରୁଣା କୋଠା ଆଜି ଭୁଶୁଡ଼ି ପଡ଼ିଛି I ତେବେ କୋଠାଟିରେ କେହି ରହୁ ନଥିଲେ I
ସୂଚନାନୁସାରେ, ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ ଥିବା ଏକ ବହୁ ପୁରୁଣା କୋଠାର ଗୋଟିଏ ପାର୍ଶ୍ୱ ଆଜି ଭୁଶୁଡ଼ି ପଡ଼ିଛି I କୋଠାଟି ବହୁ ପୁରୁଣା ଓ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ କୋଠାଟିରେ କେହି ରହୁ ନଥିଲେ I ସେହିଭଳି ସୌଭାଗ୍ୟବଶତଃ କୋଠାଟି ଭୁଶୁଡ଼ିବା ବେଳେ ତା’ ଆଖପାଖରେ କେହି ନଥିଲେ I ତେଣୁ କେହି କ୍ଷତିଗ୍ରସ୍ତ ମଧ୍ୟ ହୋଇନାହାନ୍ତି I ମାତ୍ର କୋଠାଟି ବିପଦସଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ ଘର ମାଲିକ ଏହାକୁ ଭାଙ୍ଗି ନଥିବାରୁ ତଥା ପ୍ରଶାସନ ବି ଏ ଦିଗରେ କିଛି ପଦକ୍ଷେପ ନେଇ ନଥିବାରୁ ସ୍ଥାନୀୟ ଲୋକେ ଉଦ୍‌ବେଗ ପ୍ରକାଶ କରିଛନ୍ତି I ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରିଛି I

Tags: