ଭିକେ ପାଣ୍ଡିଆନଙ୍କ ବଡ଼ ବୟାନ : ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେଲେ ରାଜନୀତିରୁ ନେବେ ସନ୍ୟାସ

ଭୁବନେଶ୍ୱର : ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ। ଆଜି ବ୍ରଜରାଜନଗରରେ ନିର୍ବାଚନ ପ୍ରଚାର ମାଧ୍ୟମରେ ଆୟୋଜିତ ଜନସଭାକୁ ସମ୍ବୋଧନ ସମୟରେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ”ଯଦି ଆସନ୍ତା ଜୁନ୍ ୯ ରେ ୭୫% ସଂଖ୍ୟାଗରିଷ୍ଠତା ସହିତ ଆମ ମୁଖ୍ୟମନ୍ତ୍ରୀ ପୁଣିଥରେ ଶପଥ ଗ୍ରହଣ କରିବେ ନାହିଁ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି”। ଏହାପରେ ସେ […]

Samaya Live Picture
Published On

ଭୁବନେଶ୍ୱର : ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ। ଆଜି ବ୍ରଜରାଜନଗରରେ ନିର୍ବାଚନ ପ୍ରଚାର ମାଧ୍ୟମରେ ଆୟୋଜିତ ଜନସଭାକୁ ସମ୍ବୋଧନ ସମୟରେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ”ଯଦି ଆସନ୍ତା ଜୁନ୍ ୯ ରେ ୭୫% ସଂଖ୍ୟାଗରିଷ୍ଠତା ସହିତ ଆମ ମୁଖ୍ୟମନ୍ତ୍ରୀ ପୁଣିଥରେ ଶପଥ ଗ୍ରହଣ କରିବେ ନାହିଁ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି”।

ଏହାପରେ ସେ କହିଥିଲେ ”ମୁଁ ମୁଖ୍ୟମନ୍ତ୍ରୀଙ୍କ ଚାମଚା ହେଇ ଦୃଢୋକ୍ତି ପ୍ରକାଶ କରୁଛି ଯେ, ଆମେ ପୁଣି କ୍ଷମତାକୁ ଆସିବୁ। ଆପଣ ଜଣେ ଆପଣଙ୍କର ଯଦି ଦମ୍ ଅଛି କେନ୍ଦ୍ରମନ୍ତ୍ରୀ ଯଦି ଭାଜପା ସରକାର ଆସିବ ନାହିଁ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କୁହନ୍ତୁ ବୋଲି ପାଣ୍ଡିଆନ ଆହ୍ୱାନ ଦେଇଥିଲେ”।

ମୋର ଚ୍ୟାଲେଞ୍ଜ ଆପଣଙ୍କୁ ଆମ ମୁଖ୍ୟମନ୍ତ୍ରୀ ଜୁନ ୯ରେ ୧୧.୩୦ରୁ ୧ ଭିତରେ ଶପଥ ଗ୍ରହଣ କରିବେ ଆଉ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନହେଇପାରିଲେ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି । ଆପଣ ବି କୁହନ୍ତୁ ଆପଣଙ୍କ ସରକାର ଆସିବ ନହେଲେ ଆପଣ ସନ୍ୟାସ ନେବେ । ଆଜି ଫଇସଲା କରିବା ।

ଏହା ସହିତ ପାଣ୍ଡିଆନ କହିଛନ୍ତି, ବ୍ରଜରାଜନଗର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଉଛି ଆପଣଙ୍କର ଯଦି ସାହସ ଅଛି ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ ଦେଖିବା ଆପଣ କେତେ ସିଟ୍ ପାଉଛନ୍ତି । ଆପଣଙ୍କ ନିଜ ଦଳ ଆପଣଙ୍କ ଉପରେ ବିଶ୍ୱାସ କରୁନାହିଁ । ଲୋକମାନେ କେମିତି ଆପଣଙ୍କୁ ବିଶ୍ୱାସ କରିବେ ।

ସୂଚନାନୁସାରେ, ଆଜି ସମ୍ବଲପୁର ଜିଲ୍ଲା ହୀରାକୁଦରେ ଅଖିମୁଠି ଅନୁକୁଳ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ଇସ୍ତାହାର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଇସ୍ତାହାରରେ କୌଣସି ନୂତନତ୍ବ ନାହିଁ। ବରଂ ଏହା କାଗଜର ଦସ୍ତାବିଜ୍। ଏହା ଲୋକଦେଖାଣିଆ। ବିଜେଡି ବିଜେପିର ସଂକଳ୍ପପତ୍ରକୁ କପି କରିବାକୁ ଚେଷ୍ଟା କରିଛି। ସେ ଆହୁରି କହିଛନ୍ତି, ୨ ଲକ୍ଷ ଚାକିରି ଦେବ କହୁଛି ବିଜେଡି, ତାହାହେଲେ ୨୪ ବର୍ଷ ହେଲା କରୁଥିଲେ କ’ଣ? ୧ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି, କାହିଁକି ପୂରଣ କଲେନି ନବୀନ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି।

Tags: