ଭାରସାମ୍ୟ ହରାଇ ବିଲକୁ ପଶିଗଲା ଯାତ୍ରୀବାହୀ ବସ,୬ ଆହତ

ବାରିପଦା : ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଖସି ପଡିଲା ଯାତ୍ରୀବାହୀ ବସ I ଘଟଣା ଘଟିଛି ବାରିପଦା ୧୮ନଂ ଜାତୀୟ ରାଜପଥର ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ନିକଟରେ । ବସଟି ରାସଗୋବିନ୍ଦପୁର ଷ୍ଟେସନ ଅମର୍ଦାରୁ ଦାନ୍ତିଆମୁହାଁ ହୋଇ ବାରିପଦା ଆସୁଥିଲା। ତେବେ ରାଗ୍ଧା କଲେଜଛକରୁ ବସ ଛାଡିବାର ଅନତି ଦୂରରେ କୌଣସି କାରଣରୁ ବସ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ଭାରସାମ୍ୟ ହରାଇ ବସଟି ଜାତୀୟ ରାଜପଥରୁ ପ୍ରାୟ ୭୦ଫୁଟ ତଳକୁ ଖସି […]

Samaya Live Picture
Published On

ବାରିପଦା : ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଖସି ପଡିଲା ଯାତ୍ରୀବାହୀ ବସ I ଘଟଣା ଘଟିଛି ବାରିପଦା ୧୮ନଂ ଜାତୀୟ ରାଜପଥର ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ନିକଟରେ । ବସଟି ରାସଗୋବିନ୍ଦପୁର ଷ୍ଟେସନ ଅମର୍ଦାରୁ ଦାନ୍ତିଆମୁହାଁ ହୋଇ ବାରିପଦା ଆସୁଥିଲା। ତେବେ ରାଗ୍ଧା କଲେଜଛକରୁ ବସ ଛାଡିବାର ଅନତି ଦୂରରେ କୌଣସି କାରଣରୁ ବସ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ଭାରସାମ୍ୟ ହରାଇ ବସଟି ଜାତୀୟ ରାଜପଥରୁ ପ୍ରାୟ ୭୦ଫୁଟ ତଳକୁ ଖସି ଏକ ପାଣି ନାଳ ଭିତରେ ପଶି ଅଟକି ଯାଇଥିଲା । ଏଥିରେ ବସ୍ରେ ଥିବା ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି I

ସୂଚନା ମୁତାବକ ଓଆର-୧୧କେ- ୩୪୫୧ ନମ୍ବର ବିଶିଷ୍ଟ ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି I ଏଥିରେ ଥିବା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବାବେଳେ,ପାରିଆକୁଲି ଗ୍ରାମର ଠାକୁରାମ ଟୁଡୁଙ୍କ ପୁଅ ପିତାମ୍ବରଙ୍କ ଛାତିରେ ଜୋର ଆଘାତ ଲାଗିଥିବାରୁ ସେ ଗୁରୁତର ଥିବା ଜଣାଯାଇଛି। ତେବେ ଏହି ଦୁର୍ଘଟଣାରେ ଅନ୍ୟ ଗୁରୁତରଙ୍କର ପରିଚୟ ମିଳିପାରିନାହିଁ। ସମସ୍ତ ଆହତ ଏବଂ ଗୁରୁତରଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି। ତେବେ ଚାଳକଙ୍କୁ ବାରମ୍ବାର ଛିଙ୍କ ଆସିବାରୁ ଏଭଳି ଦୁର୍ଘଟଣା ଘଟିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀ ସୂଚନା ଦେଇଛନ୍ତି ।

Tags: