ଭାରତର ଗୋଟିଏ ବର୍ଷର ବଜେଟ ଯେତେ ୬୩ ଭାରତୀୟଙ୍କ ସମ୍ପତ୍ତି ସେତେ
ଭୁବନେଶ୍ଵର: ବିଶ୍ୱ ଅର୍ଥନୀତି ଫୋରମ ଅନୁଷ୍ଠିତ ହେବା ପୂର୍ବରୁ ଅକ୍ସଫାମ ଏମିତି ଏକ ରିପୋର୍ଟ ପ୍ରକାଶ କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବରାଦ ହୋଇଥିବା ବଜେଟର ପରିମାଣ ଯେତିକି ଥିଲା ତା ଠାରୁ ଅଧିକ ସମ୍ପତ୍ତି ରହିଛି ମାତ୍ର ୬୩ ଜଣ ଭାରତୀୟଙ୍କ ପାଖେ । ଏହି ୬୩ ଜଣ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୨୪ଲକ୍ଷ୪୨ହଜାର୨୦୦କୋଟି । କେବଳ ସେତିକି ନୁହେଁ ବିଶ୍ଵର ୨୧୫୩ ଲୋକଙ୍କ […]
ଭୁବନେଶ୍ଵର: ବିଶ୍ୱ ଅର୍ଥନୀତି ଫୋରମ ଅନୁଷ୍ଠିତ ହେବା ପୂର୍ବରୁ ଅକ୍ସଫାମ ଏମିତି ଏକ ରିପୋର୍ଟ ପ୍ରକାଶ କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବରାଦ ହୋଇଥିବା ବଜେଟର ପରିମାଣ ଯେତିକି ଥିଲା ତା ଠାରୁ ଅଧିକ ସମ୍ପତ୍ତି ରହିଛି ମାତ୍ର ୬୩ ଜଣ ଭାରତୀୟଙ୍କ ପାଖେ । ଏହି ୬୩ ଜଣ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୨୪ଲକ୍ଷ୪୨ହଜାର୨୦୦କୋଟି । କେବଳ ସେତିକି ନୁହେଁ ବିଶ୍ଵର ୨୧୫୩ ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ଗଚ୍ଛିତ ଅଛି ତାହା ଅନ୍ୟ ୬୦ ପ୍ରତିଶତ ଲୋକ ସଂଖ୍ୟା ଅର୍ଥାତ୍ ୪୬୦୦ କୋଟି ଲୋକଙ୍କ ସମ୍ପତ୍ତରି ମୂଲ୍ୟ ସମାନ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସାଧାରଣ ପୁରୁଷ ଓ ମହିଳାଙ୍କ ପକେଟରୁ କାଟି ଆମର ଅର୍ଥନୀତି ଅବସ୍ଥା ଏଭଳି ଭାବେ ବିତ୍ତଶାଳୀ ପକେଟକୁ ଭର୍ତ୍ତି କରିବାକୁ ଲାଗିଛି। ଓଡଶିାରେ ଏହି ରିପୋର୍ଟ ପ୍ରକାଶ ଅବସରରେ ପୂର୍ବତନ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର କହିଥିଲେଯେ, ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଓ ସଆମାନଙ୍କ ପାଇଁ ସୁରକ୍ଷିତ ଗମନାଗମନ ଦ୍ୱାରା ହିଁ ମହିଳାମାନଙ୍କ କାର୍ଯ୍ୟକ୍ଷେତ୍ରରେ ଉପସ୍ଥାନ ବୃଦ୍ଧି କରାଯାଇପାରିବ।
ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନନଗୋ ଓଡିଶା ପରିପ୍ରେକ୍ଷୀରେ ଆଞ୍ଚଳିକ ବୈଶମ୍ୟତାକୁ ଦୂର କରିବା ପାଇଁ ଏକ ଗବେଷଣା ଭିତ୍ତିକ ଚର୍ଚ୍ଚା ଆବଶ୍ୟକତା ରହିଛି ବୋଲି କହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରନଫସର ମିତାଲୀ ଚିନ୍ନାରା ଓ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ସେବାକ୍ଷେତ୍ରରେ ମହିଳାମାନଙ୍କୁ ଉଚିତ୍ ପାରିଶ୍ରମିକ ଦେବା କର୍ମକ୍ଷେତ୍ରରେ ଅଧିକ ନିୟୋଜନ କରିବାର ସୁଯୋଗ ସୃଷ୍ଟି କରାଗଲେ ଅର୍ଥନୈତିକ ବୈଷମ୍ୟ ଦୂର ହୋଇପାରିବ ବୋଲି ମତ ପୋଷଣ କରିଥିଲେ।




