ଭରତପୁର ଥାନା ବିବାଦ ମାମଲା ,୨୨ ରେ ପରବର୍ତୀ ଶୁଣାଣି
ଭୁବନେଶ୍ୱର : ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା I ବୁଧୁବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ପାଖରେ ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ଓ ଦସ୍ତାବିଜ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଥାନାରେ ସେଦିନ ରାତିରେ କଣ ଘଟିଥିଲା ସମସ୍ତ ଦୃଶ୍ୟ ଉକ୍ତ ଭିଡ଼ିଓରେ ରହିଛି। ଏହି ଭିଡ଼ିଓକୁ ଯାଞ୍ଚ କରି ଷ୍ଟେଟ ଫରେନସିକ ଲ୍ୟାବ୍ ସଠିକ ବୋଲି ଦର୍ଶାଇଛି। ଏସବୁ ଭାଇରାଲ ଭିଡିଓଗୁଡିକ ସତ ନା ଏହାକୁ ଏଡିଟିଂ […]
ଭୁବନେଶ୍ୱର : ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା I ବୁଧୁବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ପାଖରେ ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ଓ ଦସ୍ତାବିଜ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଥାନାରେ ସେଦିନ ରାତିରେ କଣ ଘଟିଥିଲା ସମସ୍ତ ଦୃଶ୍ୟ ଉକ୍ତ ଭିଡ଼ିଓରେ ରହିଛି। ଏହି ଭିଡ଼ିଓକୁ ଯାଞ୍ଚ କରି ଷ୍ଟେଟ ଫରେନସିକ ଲ୍ୟାବ୍ ସଠିକ ବୋଲି ଦର୍ଶାଇଛି। ଏସବୁ ଭାଇରାଲ ଭିଡିଓଗୁଡିକ ସତ ନା ଏହାକୁ ଏଡିଟିଂ କରାଯାଇ ତଦନ୍ତକୁ ଦିଗହରା କରାଯାଇଛି, ତାହା ପକ୍ଷମାନେ ଦେଖି ଭିଡିଓରେ ଥିବା ତ୍ରୁଟିବିଚ୍ୟୁତିକୁ ଖୋଜି ବାହାର କରିବେ ।
ଅନ୍ୟପଟେ ଏହି ଘଟଣାରେ ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି। ତଦନ୍ତ କମିଶନଙ୍କ ନିକଟରେ ହଜାର ହେବାକୁ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ନୋଟିସ କରାଯାଇଛି I ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ କମିଶନ ସାମ୍ନାରେ ପୁଲିସ ପକ୍ଷରୁ ଓକିଲମାନେ ଉଭୟଙ୍କୁ ଜେରା କରିବେ । ୨୨ରୁ ୨୪ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ । କମିଶନଙ୍କ ନିକଟରେ କ୍ରାଇମ୍ବ୍ରାଞ୍ଚ ସମସ୍ତ ଏତଲାର କପି ସମେତ ଅନ୍ୟାନ୍ୟ ତଥ୍ୟ ଉପସ୍ଥାପନ କରିଛନ୍ତି । ଗତ ସେପ୍ଟେମ୍ବର ୧୩ ରୁ ୧୬ ତାରିଖ ଭିତରେ ଭରତପୁର ଥାନାରେ ରେକର୍ଡ ହୋଇଥିବା ଷ୍ଟେସନ ଡାଏରୀଗୁଡି଼କ ମଧ୍ୟ କମିଶନଙ୍କଠାରେ ଦାଖଲ ହୋଇଛି।
ଏନେଇ କମିସନଙ୍କ ପକ୍ଷରୁ ସେମାନଙ୍କୁ ସମନ ହୋଇଛି। ପ୍ରଥମେ ସେନା ଅଧିକାରୀ ଓ ପରେ ବାନ୍ଧବୀଙ୍କୁ ଜେରା କରାଯିବ। କମିସନଙ୍କ ଉପସ୍ଥିତିରେ ଏହି ଜେରା କରାଯିବ। ସେନା ଅଧିକାରୀଙ୍କ ଓକିଲ ପକ୍ଷରୁ ଯଦି ପୁଲିସ ପକ୍ଷର କାହାକୁ ଜେରା କରିବାକୁ ଚାହିବେ ତେବେ ସେମାନେ ସେହିଦିନ କମିସନଙ୍କୁ ଲିଖିତ ଜଣାଇବେ। ସେନେଇ ପୁଲିସ ପକ୍ଷଙ୍କୁ ପରବର୍ତ୍ତୀ ତାରିଖରେ ସାକ୍ଷ୍ୟ ଗ୍ରହଣ ବା ଜେରା ପାଇଁ ଡାକିବାକୁ କମିସନ ସ୍ଥିର କରିବେ।




