ଭରତପୁର ଥାନା ଘଟଣାରେ ସୋମବାର ପରବର୍ତ୍ତୀ ଶୁଣାଣି

କଟକ : ଭରତପୁର ଥାନା ପୋଲିସ – ମେଜର ବିବାଦ ଘଟଣା ତଦନ୍ତ ଅଗ୍ରଗତି ନେଇ ହାଇକୋର୍ଟଙ୍କ ଅବଗତ କଲେ ରାଜ୍ୟ ସରକାର । ତଦନ୍ତ ସଂକ୍ରାନ୍ତ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦେଶ ପରେ ଗତକାଲି ରାଜ୍ୟ ସରକାର ତଦନ୍ତ ଅଗ୍ରଗତି ସଂପର୍କରେ ସୂଚନା ଦେବା ସହ ଏହା ଜାରି ରହିଥିବା କହିଥିଲେ । ଏହି ଜବାବ ପରେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା ସୋମବାରକୁ ଧାର୍ଯ୍ୟ କରିଛନ୍ତି । ସେହିଦିନ ମାମଲାର ଚୂଡ଼ାନ୍ତ […]

Samaya Live Picture
Published On

କଟକ : ଭରତପୁର ଥାନା ପୋଲିସ – ମେଜର ବିବାଦ ଘଟଣା ତଦନ୍ତ ଅଗ୍ରଗତି ନେଇ ହାଇକୋର୍ଟଙ୍କ ଅବଗତ କଲେ ରାଜ୍ୟ ସରକାର । ତଦନ୍ତ ସଂକ୍ରାନ୍ତ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦେଶ ପରେ ଗତକାଲି ରାଜ୍ୟ ସରକାର ତଦନ୍ତ ଅଗ୍ରଗତି ସଂପର୍କରେ ସୂଚନା ଦେବା ସହ ଏହା ଜାରି ରହିଥିବା କହିଥିଲେ । ଏହି ଜବାବ ପରେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା ସୋମବାରକୁ ଧାର୍ଯ୍ୟ କରିଛନ୍ତି । ସେହିଦିନ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ,ସେପ୍ଟେମ୍ବର ୧୫ ତାରିଖ ବିଳମ୍ବିତ ରାତିରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ କିଛି ଉତ୍ସୃଙ୍ଖଳ ଯୁବକ ଅସୌଜନ୍ୟ ବ୍ୟବହାର କରିଥିଲେ । ଏହି ଘଟଣାରେ ଏଫ୍‌ଆଇଆର୍‌ ଦେବା ପାଇଁ ଭରତପୁର ଥାନାକୁ ଯାଇଥିଲେ ମେଜର ଏବଂ ତାଙ୍କ ବାନ୍ଧବୀ । ତେବେ ସେଠାରେ କିଛି ପୋଲିସ ଅଧିକାରୀ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ବାନ୍ଧବୀଙ୍କୁ ଥାନା ଭିତରେ ନିର୍ଯାତନା ଦେଇଥିଲେ । ଏପରିକି ବାନ୍ଧବୀଙ୍କୁ ପୁଲିସ ଗିରଫ କରି ଜେଲ୍‌ ମଧ୍ୟ ପଠାଇ ଦିଆଯାଇଥିଲା । ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିବା ପରେ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି ଶୁଣାଣି କରୁଛନ୍ତି । ଆମିକସ୍‌କ୍ୟୁରୀ ଭାବେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଅଦାଲତଙ୍କୁ ମାମଲା ପରିଚାଳନାରେ ସହଯୋଗ କରୁଛନ୍ତି ।

Tags: