ଭଜି ଭଜି ତୋ ନାମ ….ଯାଉ ଏ ଜୀବନ

ଗଜପତି : ଭଜି ଭଜି ତୋ ନାମ ଚକାନୟନ..ମୋର ଯାଉ ଜୀବନ ..I ଭଜନ ସାମରାଜ୍ଞି ଶାନ୍ତିଲତା ବାରିକଙ୍କର ଭଜନର ଏଇ ଧାଡ଼ିଟି ସତ୍ୟରେ ପରିଣତ ହୋଇଛି I ଷ୍ଟେଜରେ ଭଜନ ଗାଉଗାଉ ଟଳି ପଡ଼ିଲେ ADM। ସେତିକିବେଳେ ତାଙ୍କ ତୁଣ୍ଡରେ ଥିଲା ‘ ନଶୁଣ ହେ ଭଗବାନ’ I ଭଜନ ସମ୍ରାଟ ଭିକାରି ବଳଙ୍କ ଗୀତ ଭକତ ବିଦୁର .. ଗାଇବାବେଳେ ଷ୍ଟେଜରେ ଘଟିଥିଲା ଅଘଟଣ I ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା […]

Samaya Live Picture
Published On

ଗଜପତି : ଭଜି ଭଜି ତୋ ନାମ ଚକାନୟନ..ମୋର ଯାଉ ଜୀବନ ..I ଭଜନ ସାମରାଜ୍ଞି ଶାନ୍ତିଲତା ବାରିକଙ୍କର ଭଜନର ଏଇ ଧାଡ଼ିଟି ସତ୍ୟରେ ପରିଣତ ହୋଇଛି I ଷ୍ଟେଜରେ ଭଜନ ଗାଉଗାଉ ଟଳି ପଡ଼ିଲେ ADM। ସେତିକିବେଳେ ତାଙ୍କ ତୁଣ୍ଡରେ ଥିଲା ‘ ନଶୁଣ ହେ ଭଗବାନ’ I ଭଜନ ସମ୍ରାଟ ଭିକାରି ବଳଙ୍କ ଗୀତ ଭକତ ବିଦୁର .. ଗାଇବାବେଳେ ଷ୍ଟେଜରେ ଘଟିଥିଲା ଅଘଟଣ I ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ I ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ ହଠାତ୍ ଅସୁସ୍ଥ ହେବା ସହ ଷ୍ଟେଜ୍ ଉପରେ ଟଳି ପଡ଼ିଥିଲେ।

ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ସୂଚନାନୁସାରେ,ବୁଧୁବାର ରାତିରେ ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସ ନିକଟରେ ପ୍ରଶାସକ ଅଧିକାରୀମାନେ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ I ଆୟୋଜିତ ସଭାରେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ ‘ଭକତ ବିଦୁର ଶାଗ ଭଜା ଦେଇ’ ଭଜନ ଗାଉଥିଲେ I ଏହି ସମୟରେ ଷ୍ଟେଜ ଉପରେ ଅସୁସ୍ଥ ହୋଇ ଗଳି ପଡିଥିଲେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ I

ବୀରେନ୍ଦ୍ର କୁମାର ଦାସଙ୍କର ଅକାଳ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ କୁମାର ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି I ସ୍ବର୍ଗତ ବୀରେନ୍ଦ୍ର ଦାସ ଜଣେ ନିଷ୍ଠାପର ଓ ଦାୟିତ୍ବ ସମ୍ପନ୍ନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁ ମହଲରେ ପ୍ରଶଂସିତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଡିଏମ୍‌ଙ୍କ ଏଭଳି ଅଚାନକ ମୃତ୍ୟୁରେ ସହକର୍ମୀ ତଥା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Tags: