ବ୍ୟାଙ୍କ ଲକରରୁ ୧୪ ଲକ୍ଷ ଲୁଟ

ବାଙ୍କୀ : ବ୍ୟାଙ୍କରୁ ଲୁଟ I ଲକର ତାଡି ୧୪ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୁତ୍ତ I ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଡମପଡା ସଂଖରୁ ଏହି ଲୁଟ ହୋଇଛି I କିଛି ପେଶାଦାର ଅଭିଯୁକ୍ତଙ୍କ ଏହି କାଣ୍ଡ ଘଟାଇଥିବା ସନ୍ଦେହ ହେଉଛି। ଧରା ପଡିବା ଭୟରେ ଅଭିଯୁକ୍ତ ହାର୍ଡଡିସ୍କ,କମ୍ପ୍ୟୁଟର, ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି। ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଛି। ଶୁକ୍ରବାର ସକାଳେ କର୍ମଚାରୀମାନେ ଆସି ବ୍ୟାଙ୍କ ଖୋଲିବା ପରେ […]

Samaya Live Picture
Published On

ବାଙ୍କୀ : ବ୍ୟାଙ୍କରୁ ଲୁଟ I ଲକର ତାଡି ୧୪ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୁତ୍ତ I ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଡମପଡା ସଂଖରୁ ଏହି ଲୁଟ ହୋଇଛି I କିଛି ପେଶାଦାର ଅଭିଯୁକ୍ତଙ୍କ ଏହି କାଣ୍ଡ ଘଟାଇଥିବା ସନ୍ଦେହ ହେଉଛି। ଧରା ପଡିବା ଭୟରେ ଅଭିଯୁକ୍ତ ହାର୍ଡଡିସ୍କ,କମ୍ପ୍ୟୁଟର, ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି।

ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଛି। ଶୁକ୍ରବାର ସକାଳେ କର୍ମଚାରୀମାନେ ଆସି ବ୍ୟାଙ୍କ ଖୋଲିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଘଟଣା ବିଷୟରେ ଖବର ପାଇ କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Tags: