ବ୍ରାହ୍ମଣୀରେ କୁମ୍ଭୀର ଆତଙ୍କ,ମୁଣ୍ଡ ଉଦ୍ଧାର
କେନ୍ଦ୍ରାପଡ଼ା : ପୁଣି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । ଶୌଚ ହେବାକୁ ଯାଇଥିବାବେଳେ ଟାଣିନେଲା କୁମ୍ଭୀର I ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ କୂଳସାହି ଗାଁରେ I ଗତକାଲି ରାତିରେ ଗାଁ ର ୫୨ ବର୍ଷୀୟ ବୃଦ୍ଧ ବାବା ଅମୂଲ୍ୟ ଦାସ ଶୌଚ ପାଇଁ ନଦୀ କୂଳକୁ ଯାଇଥିବାବେଳେ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର । ଅମୂଲ୍ୟଙ୍କ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିହୀନିର ସହାୟତା ନେଇଥିଲେ […]
କେନ୍ଦ୍ରାପଡ଼ା : ପୁଣି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । ଶୌଚ ହେବାକୁ ଯାଇଥିବାବେଳେ ଟାଣିନେଲା କୁମ୍ଭୀର I ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ କୂଳସାହି ଗାଁରେ I ଗତକାଲି ରାତିରେ ଗାଁ ର ୫୨ ବର୍ଷୀୟ ବୃଦ୍ଧ ବାବା ଅମୂଲ୍ୟ ଦାସ ଶୌଚ ପାଇଁ ନଦୀ କୂଳକୁ ଯାଇଥିବାବେଳେ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର । ଅମୂଲ୍ୟଙ୍କ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିହୀନିର ସହାୟତା ନେଇଥିଲେ । ନଦୀ କୂଳରେ ବାବା ଅମୂଲ୍ୟଙ୍କର ,ଟର୍ଚ୍ଚ ,ଚପଲ ,ଓ ସିଲଭର ଢାଲ ପଡିଥିବା ଦେଖିବାକୁ ମିଳିଥିଲା Iରାତି ତମାମ ଖୋଜିବା ପରେ ଆଜି ସକାଳେ ଅମୂଲ୍ୟ ଦାସଙ୍କର କେବଳ ମୁଣ୍ଡକୁ ଉଦ୍ଧାର ହୋଇ ପାରିଛି । ଏହାକୁ ନେଇ ଗାଁରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି I
ଗତ ମାସକ ଭିତରେ କୁମ୍ଭୀର ଆକ୍ରମଣର ଶିକାର ହୋଇ ୪ଜଣଙ୍କର ମୃତ୍ୟୁ ହେଲାଣି । ହେଲେ ବନବିଭାଗର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣ ଘଟଣା ସମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ପାଣି ପାଇଁ କୂଳସାହି ଗାଁଲୋକେ ବ୍ରାହ୍ମଣୀ ନଦୀ ଉପରେ ନିର୍ଭରଶୀଳ । ସେଥିପାଇଁ ବାରମ୍ବାର ନଦୀକୁ ଯିବାକୁ ପଡିଥାଏ ଫଳରେ ଲଗାତର ଭାବେ ଏପରି ଦୁର୍ଘଟଣା ସାମ୍ନାକୁ ଆସୁଛି ।




