ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ

ବ୍ରହ୍ମପୁର : ଚିଟଫଣ୍ଡ ଠକେଇ ଅଭିଯୋଗରେ ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦେଶାଳୟ (ED)ର ଚଢ଼ାଉ । ଗ୍ରୀନ ଇଣ୍ଡିଆର ମାଲିକ ପ୍ରଦୀପ ସିଂଙ୍କ ଘରେ ଚଢ଼ାଉ ଜାରି ରହିଛି । ବ୍ରହ୍ମପୁର ଅଯୋଦ୍ଧା ନଗରରେ ଥିବା ପ୍ରଦୀପ ସିଂଙ୍କ ଘରେ ଚଢ଼ାଉ ଚାଲିଛି । ଆଜି ସକଳେ ପ୍ରବର୍ତ୍ତନ ନିର୍ଦେଶାଳୟର ୩ ଟି ଟିମ ସହିତ ସିଆରପିଏଫ ଯବାନ ମାନେ ମଧ୍ୟ ପହଞ୍ଚିଥିଲେ । ଗ୍ରୀନ ଇଣ୍ଡିଆର ୫୦୦ କୋଟି ଟଙ୍କା ଠକେଇ ମାମଲାକୁ ନେଇ ୨୦୧୪ରେ ସିବିଆଇ […]

ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ

ବ୍ରହ୍ମପୁର : ଚିଟଫଣ୍ଡ ଠକେଇ ଅଭିଯୋଗରେ ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦେଶାଳୟ (ED)ର ଚଢ଼ାଉ । ଗ୍ରୀନ ଇଣ୍ଡିଆର ମାଲିକ ପ୍ରଦୀପ ସିଂଙ୍କ ଘରେ ଚଢ଼ାଉ ଜାରି ରହିଛି । ବ୍ରହ୍ମପୁର ଅଯୋଦ୍ଧା ନଗରରେ ଥିବା ପ୍ରଦୀପ ସିଂଙ୍କ ଘରେ ଚଢ଼ାଉ ଚାଲିଛି । ଆଜି ସକଳେ ପ୍ରବର୍ତ୍ତନ ନିର୍ଦେଶାଳୟର ୩ ଟି ଟିମ ସହିତ ସିଆରପିଏଫ ଯବାନ ମାନେ ମଧ୍ୟ ପହଞ୍ଚିଥିଲେ । ଗ୍ରୀନ ଇଣ୍ଡିଆର ୫୦୦ କୋଟି ଟଙ୍କା ଠକେଇ ମାମଲାକୁ ନେଇ ୨୦୧୪ରେ ସିବିଆଇ ପ୍ରଥମ ଚାର୍ଜସିଟ୍ ବି ଦାଖଲ କରିଥିଲା ।ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ । ଗ୍ରୀନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସୁନୀଲ ପଣ୍ଡାଙ୍କ ସହ ୨ ନିର୍ଦ୍ଦେଶକ ପ୍ରଦୀପ ସିଂ ଏବଂ ଜିତେନ୍ଦ୍ର ମିଶ୍ରଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା । ଆଇପିସି ଧାରା ୪୨୦, ୪୦୯, ୫୦୯ ଏବଂ ୧୨୦ବି ସହ ୪୫୬ରେ ଦାଖଲ ହୋଇଥିଲା ଚାର୍ଜସିଟ୍ ।

Read More ଏଏନଏମ ପ୍ରଶ୍ନ ପତ୍ର ପ୍ରଘଟ ,ପରୀକ୍ଷା ବାତିଲ

Tags: