ବୋଲେରୋ ଧକ୍କାରେ ୩ ବାଇକ ଆରୋହୀ ମୃତ

ବଲାଙ୍ଗୀର : ସାବିତ୍ରୀ ରେ ଅଘଟଣ I ଘରେ ପୂଜା ସାରି ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ବସିଥିଲେ ସ୍ତ୍ରୀ I କିନ୍ତୁ ଆସିଲା ଦୁଃଖଦ ଖବର I ବାପ ଘରକୁ ବୁଲି ଯାଇଥିବା ସ୍ୱାମୀଙ୍କ ସହିତ ଫେରୁଥିଲେ ୨ ଭାଇ I ଏକ ବାଇକ ଯୋଗେ ୩ ଜଣ ଘରୁ ଫେରୁଥିବା ବେଳେ ଚଢ଼ିଗଲା ବୋଲେରୋ । ଘଟଣା ସ୍ଥଳରେ ସ୍ୱାମୀଙ୍କ ସହିତ ୨ ଭାଇଙ୍କର ମଧ୍ୟ ଜୀବନଦୀପ ଲିଭିଯାଇଥିଲା I ଆଜି ଏପରି ହୃଦୟ […]

Samaya Live Picture
Published On

ବଲାଙ୍ଗୀର : ସାବିତ୍ରୀ ରେ ଅଘଟଣ I ଘରେ ପୂଜା ସାରି ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ବସିଥିଲେ ସ୍ତ୍ରୀ I କିନ୍ତୁ ଆସିଲା ଦୁଃଖଦ ଖବର I ବାପ ଘରକୁ ବୁଲି ଯାଇଥିବା ସ୍ୱାମୀଙ୍କ ସହିତ ଫେରୁଥିଲେ ୨ ଭାଇ I ଏକ ବାଇକ ଯୋଗେ ୩ ଜଣ ଘରୁ ଫେରୁଥିବା ବେଳେ ଚଢ଼ିଗଲା ବୋଲେରୋ । ଘଟଣା ସ୍ଥଳରେ ସ୍ୱାମୀଙ୍କ ସହିତ ୨ ଭାଇଙ୍କର ମଧ୍ୟ ଜୀବନଦୀପ ଲିଭିଯାଇଥିଲା I ଆଜି ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାରେ ଘଟିଛି। ବୋଲେରୋ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଘଟନାନୁସାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା-ସଦେଇପାଲି ଗାଁର ତୁଳସୀରାମ ପଟେଲ ଶ୍ବଶୁର ଘର ରୋତ ଗ୍ରାମକୁ ବୁଲିବା ପାଇଁ ଯାଇଥିଲେ I ଆଜି ସାବିତ୍ରୀ ବ୍ରତ ଥିବାରୁ ଶାଳକ ରାଜେଶ ପଟେଲ ଓ କୁଶଙ୍ଗ ଗାଁର ସୁରଞ୍ଜନ ପଟେଲଙ୍କ ସହ ତୁଳସୀରାମ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଲୋଇସିଂହା-ଭରସୁଜା ରାସ୍ତାର କରକାଚିଆ ଛକଠାରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ୩ ଜଣ ଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସେଠାରେ ବିଦ୍ୟୁତ ମରାମତି କାମ କରୁଥିବା କର୍ମଚାରୀମାନେ ଗୁରୁତର ତିନିଜଣଙ୍କୁ ଉଦ୍ଧର କାରି ଲୋଇସିଂହା ହସ୍ପିଟାଲକୁ ନେଇ ଯାଇଥିଲେ। ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ। ଲୋଇସିଂହା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: