ବୋରୱେଲ ଭିତରେ ନବଜାତକ
ସମ୍ବଲପୁର : ବୋରୱେଲ୍ ଗାତରେ ନବଜାତକ ! ଜଙ୍ଗଲ ଭିତରେ ଏକ ପରିତ୍ୟକ୍ତ ବୋରୱେଲ୍ ଗାତ ଭିତରେ ଶୁଭୁଛି ନବଜାତ ଶିଶୁର କ୍ରନ୍ଦନ । ଆଜି ଅପରାହ୍ଣରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ । ଶିଶୁଟିର କ୍ରନ୍ଦନ ଶୁଣି ଗ୍ରାମବାସୀମାନେ ସେଠାରେ ପହଁଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ I୧୫ ଫୁଟ ତଳେ ଶିଶୁଟି ପଡିଥିବାର ଜଣାଯାଇଛି I ବୋରୱେଲ୍ ନିକଟରେ ପୋଲିସ […]
ସମ୍ବଲପୁର : ବୋରୱେଲ୍ ଗାତରେ ନବଜାତକ ! ଜଙ୍ଗଲ ଭିତରେ ଏକ ପରିତ୍ୟକ୍ତ ବୋରୱେଲ୍ ଗାତ ଭିତରେ ଶୁଭୁଛି ନବଜାତ ଶିଶୁର କ୍ରନ୍ଦନ । ଆଜି ଅପରାହ୍ଣରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ । ଶିଶୁଟିର କ୍ରନ୍ଦନ ଶୁଣି ଗ୍ରାମବାସୀମାନେ ସେଠାରେ ପହଁଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ I୧୫ ଫୁଟ ତଳେ ଶିଶୁଟି ପଡିଥିବାର ଜଣାଯାଇଛି I ବୋରୱେଲ୍ ନିକଟରେ ପୋଲିସ ସହିତ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣାସ୍ଥଳରେ ଏକ ଜେସିବି ପହଞ୍ଚି ଖୋଳିବା କାର୍ଯ୍ୟ ଆରମ୍ଭ କରିଦେଇଛି। କେହି ଜଣେ ଲୋକ ଶିଶୁକୁ ପରିତ୍ୟକ୍ତ ନଳକୂପରେ ଫିଙ୍ଗିଦେଇ ଚାଲିଯାଇଛି।




