ବୈତରଣୀ ନଦୀକୁ ବାପ-ଝିଅ ଡେଇଁବା ଘଟଣା ,୩୦ ଘଣ୍ଟାପରେ ମିଳିଲା ବାପାଙ୍କ ମୃତଦେହ
ଭଣ୍ଡାରିପୋଖରୀ : ବୈତରଣୀ ନଦୀ ପୋଲ ଉପରୁ ବାପ ଓ ଝିଅ ଡେଇଁ ନଖୋଜ ହେବା ଘଟଣା I ୩୦ ଘଣ୍ଟା ପରେ ଉଦ୍ଧାର ହେଲା ବାପାଙ୍କ ମୃତଦେହ I ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢାନଦୀରୁ ମିଳିଲା ମୃତଦେହ I କିନ୍ତୁ ଏପର୍ଯ୍ୟନ୍ତ ଝିଅର ପତ୍ତା ମିଳିପାରି ନାହିଁ I ଗତ ୨୭ ତାରିଖରେ ରାତି ୯ ଟା ବେଳେ ଭଦ୍ରକ ଜିଲ୍ଲା ବୈତରଣୀ ପୋଲରୁ ନିଜର ଅଢେଇ ବର୍ଷର ଝିଅକୁ ଧରି ଡେଇଁ ପଡ଼ିଥିଲେ ବାପା […]
ଭଣ୍ଡାରିପୋଖରୀ : ବୈତରଣୀ ନଦୀ ପୋଲ ଉପରୁ ବାପ ଓ ଝିଅ ଡେଇଁ ନଖୋଜ ହେବା ଘଟଣା I ୩୦ ଘଣ୍ଟା ପରେ ଉଦ୍ଧାର ହେଲା ବାପାଙ୍କ ମୃତଦେହ I ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢାନଦୀରୁ ମିଳିଲା ମୃତଦେହ I କିନ୍ତୁ ଏପର୍ଯ୍ୟନ୍ତ ଝିଅର ପତ୍ତା ମିଳିପାରି ନାହିଁ I ଗତ ୨୭ ତାରିଖରେ ରାତି ୯ ଟା ବେଳେ ଭଦ୍ରକ ଜିଲ୍ଲା ବୈତରଣୀ ପୋଲରୁ ନିଜର ଅଢେଇ ବର୍ଷର ଝିଅକୁ ଧରି ଡେଇଁ ପଡ଼ିଥିଲେ ବାପା I
ଘଟନାନୁସାରେ, ଗତ ୨୭ ତାରିଖରେ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ (୩୦)ଓ ତାଙ୍କ ଅଢେଇବର୍ଷର ଶିଶୁ କନ୍ୟାକୁ ନେଇ ରାତି ପ୍ରାୟ ୯ଟା ଵେଳେ ବୁଲିବାକୁ ବାହାରିଥିଲେ I ଏହାପରେ ବୈତରଣୀ ନଦୀ ଉପରେ ପହଁଚି ନିଜ ଝିଅ ଦ୍ୱାରା ଜେଜେଙ୍କୁ ଫୋନ କରି କୁହାଇଥିଲେ,ଆମେ ମା’ ପାଖକୁ ଯାଉଛୁ ବୋଲି I ଏହାପରେ କେହି କିଛି ବୁଝିବା ଆଗରୁ ଵାପ ଝିଅ ଦୁହେଁ ପୋଲ ଉପରେ ମୋଟରସାଇକେଲ ଓ ଚପଲ ରଖି ନଦୀକୁ ଡେଇଁ ପଡ଼ିଥିଲେ I ଖବର ପାଇ ଘଟଣାସ୍ଥଳରେ ପୁଲିସ,ଦମକଳ ଓ ଓଡ୍ରାଫ ଦଳ ପହଞ୍ଚି ନଦୀ ମଧ୍ୟରେ ଖୋଜା ଖୋଜି ଆରମ୍ଭ କରିଥିଲେ ମଧ୍ୟ ରାତି ଅନେକ ହେବାରୁ ତଥା ନଦୀରେ ଗଭୀର ଜଳ ଥିବା ଯୋଗୁଁ ୨୭ ତାରିଖ ଦିନ କାହାରି ସନ୍ଧାନ ପାଇନଥିଲେ ଦମକଳ ବାହିନୀ । ସେହିପରି ୨୮ ଦିନ ଦମକଲ ବାହିନୀର ଅକ୍ଲାନ୍ତ ପରିଶ୍ରମ କରି ଖୋଜାଖୋଜି ପରେ ବାପା ଚନ୍ଦନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜ କୁନିଝିଅର ଏଯାଏ ପତ୍ତା ମିଳିନି। ଏବେ ବି ଖୋଜାଖୋଜି ଜାରି ରହିଛି।
ସୂଚନାନୁସାରେ, ଭଦ୍ରକ ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ,୪ବର୍ଷ ତଳେ ମଂଜୁରୀ ଗାଁର ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ I ପତି ପତ୍ନୀ ଦୁହେଁ ସୁରଟରେ ରହୁଥିଲେ I ତାଙ୍କର ଅଢେଇବର୍ଷର ଏକ ଝିଅ ଥିଲା I ତେବେ କୌଣସି କାରଣରୁ ତାଙ୍କ ପତ୍ନୀଙ୍କର ଏକ ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା I ପତ୍ନୀଙ୍କ ମୃତ୍ୟୁ ପରେ ଅଢ଼େଇ ବର୍ଷର ଝିଅକୁ ଧରି ଗାଁକୁ ଫେରିଆସିଥିଲେ ଚନ୍ଦନ।ଏହି ଘଟଣା ପରେ ଘୋର ମାନସିକ ଅବସାଦରେ ରହୁଥିଲେ ଚନ୍ଦନ । ଏହି ଘଟଣା ପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ଇ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ଅନୁସନ୍ଧାନ ଜାରି ରଖିଛି I




