ବେକରେ ଟାଙ୍ଗିଆ ଲଗାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ

କଣ୍ଟାବାଞ୍ଜି : ବ୍ୟାଙ୍କ କର୍ମଚାରୀଙ୍କ ବେକରେ ଟାଙ୍ଗିଆ ଲଗାଇ ଲୁଟିନେଲେ ଟଙ୍କା । ସ୍ପଷ୍ଟ ଦିବାଲୋକରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ଥାନା ଅଞ୍ଚଳରେ ଟଙ୍କା ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମିନି ବ୍ୟାଙ୍କ କର୍ମଚାରୀ ଏବଂ ତାଙ୍କ ଭଉଣୀ ଟଙ୍କା ଡିପୋଜିଟ କରିବାକୁ ବ୍ୟାଙ୍କ ଯାଉଥିବାବେଳେ ଏହି ଘଟଣା ଘଟିଛି । ୭ ଲକ୍ଷ ୩୦ ହଜାର ଟଙ୍କା ସହ ଲାପଟପ ଏବଂ ପାଖରେ ଥିବା ବ୍ୟାଙ୍କ କାଗଜପତ୍ର ଲୁଟି ନେଇଛନ୍ତି ଦୁର୍ବୁତ୍ତ […]

Samaya Live Picture
Published On

କଣ୍ଟାବାଞ୍ଜି : ବ୍ୟାଙ୍କ କର୍ମଚାରୀଙ୍କ ବେକରେ ଟାଙ୍ଗିଆ ଲଗାଇ ଲୁଟିନେଲେ ଟଙ୍କା । ସ୍ପଷ୍ଟ ଦିବାଲୋକରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ଥାନା ଅଞ୍ଚଳରେ ଟଙ୍କା ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମିନି ବ୍ୟାଙ୍କ କର୍ମଚାରୀ ଏବଂ ତାଙ୍କ ଭଉଣୀ ଟଙ୍କା ଡିପୋଜିଟ କରିବାକୁ ବ୍ୟାଙ୍କ ଯାଉଥିବାବେଳେ ଏହି ଘଟଣା ଘଟିଛି । ୭ ଲକ୍ଷ ୩୦ ହଜାର ଟଙ୍କା ସହ ଲାପଟପ ଏବଂ ପାଖରେ ଥିବା ବ୍ୟାଙ୍କ କାଗଜପତ୍ର ଲୁଟି ନେଇଛନ୍ତି ଦୁର୍ବୁତ୍ତ ।

ସୂଚନା ଥାଉକି, ପଟାମରା ଗାଁର ଲଳିତ ଗହୀର ଏବଂ ତାଙ୍କ ଭଉଣୀ ହଳଦୀ ଗାଁରେ ଥିବା ତାଙ୍କ କିୟୋସ ଵ୍ୟାଙ୍କକୁ ୭ ଲକ୍ଷ ୩୦ ହଜାର ଟଙ୍କା ନେଇ ନିଜ ବାଇକରେ ଯାଉଥିଲେ। ଏହି ସମୟରେ ରାସ୍ତାରେ ଗୋଟିଏ ସ୍କୁଟିରେ ୩ ଜଣ ଯୁବକ ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଙ୍ଗ ଲୁଟି ଫେରାର ହୋଇଯାଇଥିଲେ।

ଲଳିତ ଗହୀର ନିଜ କିୟୋସ ବ୍ୟାଙ୍କ ହଳଦୀ ଗାଁରେ ଥିବା ବେଳେ ସେ ସବୁ ଦିନ ଏମିତି ଟଙ୍କା ନେଇ ବ୍ୟାଙ୍କକୁ ଯାଆନ୍ତି । ତେବେ ଆଜି ସେ ଲୁଟର ଶିକାର ହୋଇଛନ୍ତି। ଖବର ପାଇ ମୁରିବାହାଲ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

Tags: