ବେକରେ ଗୁଡି ସୂତା ଲାଗି ଜଣେ ଗୁରୁତର
କଟକ : ପୁଣି ଗୁଡି ସୂତା ହେଲା କାଳ । ବେକରେ ଗୁଡି ସୂତା ଲାଗି କଟିଗଲା ବେକ I କଟକ କାଠଯୋଡି ବ୍ରିଜ ଉପରେ ଘଟିଛି ଏହି ଅଘଟଣ । ଆହତ ହୋଇଥିବା ବ୍ୟକ୍ତି ଅକ୍ଷୟ ମହାପାତ୍ର । ସେ କଟକରୁ ଭୁବନେଶ୍ୱର ଆସୁଥିବା ସମୟରେ କାଠଯୋଡି ବ୍ରିଜ ଉପରେ ବେକରେ ଛନ୍ଦି ହୋଇଯାଇଥିଲା ଗୁଡି ସୂତା । ପ୍ରବଳ ରକ୍ତ ସ୍ରାବ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି […]
କଟକ : ପୁଣି ଗୁଡି ସୂତା ହେଲା କାଳ । ବେକରେ ଗୁଡି ସୂତା ଲାଗି କଟିଗଲା ବେକ I କଟକ କାଠଯୋଡି ବ୍ରିଜ ଉପରେ ଘଟିଛି ଏହି ଅଘଟଣ । ଆହତ ହୋଇଥିବା ବ୍ୟକ୍ତି ଅକ୍ଷୟ ମହାପାତ୍ର । ସେ କଟକରୁ ଭୁବନେଶ୍ୱର ଆସୁଥିବା ସମୟରେ କାଠଯୋଡି ବ୍ରିଜ ଉପରେ ବେକରେ ଛନ୍ଦି ହୋଇଯାଇଥିଲା ଗୁଡି ସୂତା । ପ୍ରବଳ ରକ୍ତ ସ୍ରାବ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ।
କଟକରେ ଗୁଡି ସୂତା ଲାଗି ଆହତ ହେବା ଘଟଣା ବଢି ଚାଲିଛି I ବାରମ୍ବାର ଏହିଭଳି ଘଟଣାମାନ ଘଟୁଥିଲେ ମଧ୍ୟ ଏଥିପ୍ରତି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ I ମାଂଜା ଓ ଚାଇନା ସୂତା ନିଷିଦ୍ଧ କରାଯାଇଥିଲେ ବି ଲୋକେ ଏହାକୁ ମାନୁ ନାହାନ୍ତି । କିଛି ଲୋକଙ୍କ ମଜା ପାଇଁ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ହେଉଛି । ଗତକିଛି ଦିନ ଭିତରେ କେବଳ ଗୁଡି ସୂତା ଲାଗି ୪ରୁ ଅଧିକ ଆହତ ହେଲେଣି ।




