ବେଆଇନ ଶୁଆ ଚାଲାଣ ବେଳେ ୪ ଗିରଫ
ବୌଦ୍ଧ : ଶୁଆ ଚୋରା ଚାଲାଣ ବେଳେ ୪ ଜଣଙ୍କୁ ବାନ୍ଧିଛି ବୌଦ୍ଧ ବନବିଭାଗ । ସେମାନଙ୍କ ନିକଟରୁ ୧୫ଟି ଶୁଆ ଓ ୩ଟି କଇଁଛ ଜବତ ହୋଇଛି । ବୌଦ୍ଧରେ ଶୁଆ ଚାଲାଣ ହେଉଥିବା ନେଇ ଭୋପାଳସ୍ଥିତ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ୍ ବ୍ୟୁରୋ ପକ୍ଷରୁ ବୌଦ୍ଧ ବନବିଭାଗକୁ ସୂଚନା ଦିଆଯାଇଥିଲା । ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ବନାଞ୍ଚଳ ଅଧିକାରୀ ଅର୍ଜନା ଗୋମାଙ୍ଗ ଓ ବନପାଳ ଗୋବଦ୍ଧନ ମେହେରଙ୍କ ନେତୃତ୍ବରେ […]
ବୌଦ୍ଧ : ଶୁଆ ଚୋରା ଚାଲାଣ ବେଳେ ୪ ଜଣଙ୍କୁ ବାନ୍ଧିଛି ବୌଦ୍ଧ ବନବିଭାଗ । ସେମାନଙ୍କ ନିକଟରୁ ୧୫ଟି ଶୁଆ ଓ ୩ଟି କଇଁଛ ଜବତ ହୋଇଛି । ବୌଦ୍ଧରେ ଶୁଆ ଚାଲାଣ ହେଉଥିବା ନେଇ ଭୋପାଳସ୍ଥିତ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ୍ ବ୍ୟୁରୋ ପକ୍ଷରୁ ବୌଦ୍ଧ ବନବିଭାଗକୁ ସୂଚନା ଦିଆଯାଇଥିଲା । ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ବନାଞ୍ଚଳ ଅଧିକାରୀ ଅର୍ଜନା ଗୋମାଙ୍ଗ ଓ ବନପାଳ ଗୋବଦ୍ଧନ ମେହେରଙ୍କ ନେତୃତ୍ବରେ ଶୁଆ ଚାଲାଣକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଶୁଆ ଶାବକ କ୍ରୟ ପାଇଁ ବୌଦ୍ଧ ଥାନା କଣ୍ଡୁଆଣି ଗ୍ରାମର କିଶୋର ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲା ।
କିଶୋର ୩ଟି ଶୁଆ ଶାବକ ବିକ୍ରି ପାଇଁ ପହଞ୍ଚିବା ପରେ ପୂର୍ବ ଯୋଜନା ମୁତାବକ ବୌଦ୍ଧ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ବରେ ଗଠିତ ଦଳ କିଶୋରଙ୍କ ନିକଟରୁ ୩ ଶୁଆ ଶାବକ ଜବତ କରି ତାଙ୍କୁ ଗିରଫ କରିଥିଲେ । ପଚରାଉଚୁରାରୁ ଶୁଆ ଶାବକ ଚାଲାଣରେ ଏକ ରାକେଟ କାମ କରୁଥିବା ଜଣାପଡ଼ିଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ କଣ୍ଟୁଆଣି ଗ୍ରାମର କିଶୋର କୁମାର ସାହୁ, ସମ୍ବଲପୁର ଜିଲା ରେଢାଖୋଲ ଥାନା ସାଲେଇସିଙ୍ଗ ଗାଁର ଯୋଗେଶ୍ୱର ଦେହୁରୀ, ରେଢାଖୋଲ ସୁଦସାହିର ବଳରାମ ଜେନା, ରେଢାଖୋଲ ଖନ୍ଦାଢିପର ଆୟୁଷ କୁମାର ସାହୁ। ସେମାନଙ୍କ ନିକଟରୁ ୧୨ଟି ଶୁଆ ଶାବକ ୩ଟି କଇଁଛ ଜବତ କରାଯାଇଥିଲା।
ସମସ୍ତ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରି ବୌଦ୍ଧ କୋର୍ଟକୁ ଚାଲାଣ କରିଛି । କାରବାରରେ ଆହୁରି ଅନେକଙ୍କ ସମ୍ପୃକ୍ତି ରହିଥିବା ସୂଚନା ମିଳିଥିବା ବେଳେ ଆଗାମୀ ଦିନରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପ୍ରକାଶ କରିଛି ।




