ବୁର୍ଲାରେ ପିଜି ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀ ମଧ୍ୟରେ ଗଣ୍ଡଗୋଳ

ସମ୍ବଲପୁର : ବୁର୍ଲା ଭିମସାରରେ ଉତ୍ତେଜନା I ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ I ଗଣ୍ଡଗୋଳରେ ଜଣେ ଡାକ୍ତରୀ ଛାତ୍ର ଓ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ଭୋର ସମୟରେ କୌଣସି କଥାକୁ ନେଇ ଜଣେ ପିଜି ଡାକ୍ତରୀ ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା I ଏହାପରେ ଘଟଣା ବଢିଯାଇଥିଲା I ଏଥିରେ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ମାନେ ଯାଇ […]

Samaya Live Picture
Published On

ସମ୍ବଲପୁର : ବୁର୍ଲା ଭିମସାରରେ ଉତ୍ତେଜନା I ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ I ଗଣ୍ଡଗୋଳରେ ଜଣେ ଡାକ୍ତରୀ ଛାତ୍ର ଓ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଆଜି ଭୋର ସମୟରେ କୌଣସି କଥାକୁ ନେଇ ଜଣେ ପିଜି ଡାକ୍ତରୀ ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା I ଏହାପରେ ଘଟଣା ବଢିଯାଇଥିଲା I ଏଥିରେ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ମାନେ ଯାଇ ପିଜି ଛାତ୍ରଙ୍କୁ ବାଡେଇବା ପରେ ଘଟଣା ଭିନ୍ନ ରୂପ ନେଇଥିଲା I ଘଟଣାସ୍ଥଳରେ ଦୁଇ ପକ୍ଷଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାଫଳରେ ଜଣେ ସୁରକ୍ଷା କର୍ମୀ ଆହତ ହେବା ସହ ଜଣେ ପିଜି ଡାକ୍ତର ବି ଆହତ ହୋଇଛନ୍ତି। ଘଟଣା ପରେ କିଛି ସମୟ ଧରି ମେଡିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

Tags: