ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

କନ୍ଧମାଳ : ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଳିଯାଇଛି ଲକ୍ଷାଧିକ ଟଙ୍କାର ଚକୋଲେଟ, ବିସ୍କୁଟ । ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ ଥିବା ମା ପାଟ୍ଟଖଣ୍ଡା ବିସ୍କୁଟ ଗୋଦମରେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗୋଦାମରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଆଜି ସକାଳୁ ସଫେଇ କର୍ମଚାରୀ ଗୋଦାମରେ ନିଆଁ ଲାଗିଥିବା ଦେଖି ମାଲିକଙ୍କୁ ଖବର […]

Samaya Live Picture
Published On

କନ୍ଧମାଳ : ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଳିଯାଇଛି ଲକ୍ଷାଧିକ ଟଙ୍କାର ଚକୋଲେଟ, ବିସ୍କୁଟ । ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ ଥିବା ମା ପାଟ୍ଟଖଣ୍ଡା ବିସ୍କୁଟ ଗୋଦମରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗୋଦାମରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଆଜି ସକାଳୁ ସଫେଇ କର୍ମଚାରୀ ଗୋଦାମରେ ନିଆଁ ଲାଗିଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା। ନିଅଁ ଲାଗିଥିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିଲେ ମଧ୍ୟ ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Tags: