ବିଷାକ୍ତ ସାପ କାମୁଡ଼ାରେ ମା’ଝିଅ ମୃତ
କେନ୍ଦୁଝର : ରାଜ୍ୟରେ ବର୍ଷା ଋତୁରେ ବଢିଚାଲିଛି ସର୍ପାଘାତ ଜନିତ ମୃତ୍ୟୁ ଘଟଣା I ବିଷାକ୍ତ ସାପ କାମୁଡ଼ାରେ କେନ୍ଦୁଝର ଜିଲ୍ଲାରେ ମା’ଝିଅଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହିରେ ଘଟିଛି ଏହି ଘଟଣା I ଶୁକ୍ରବାର ରାତିରେ ମା’ଓ ଝିଅ ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷର ଶିଶୁ କନ୍ୟା ଖାଇପିଇ ଶୋଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଆଜି ଭୋର ସକାଳ […]
କେନ୍ଦୁଝର : ରାଜ୍ୟରେ ବର୍ଷା ଋତୁରେ ବଢିଚାଲିଛି ସର୍ପାଘାତ ଜନିତ ମୃତ୍ୟୁ ଘଟଣା I ବିଷାକ୍ତ ସାପ କାମୁଡ଼ାରେ କେନ୍ଦୁଝର ଜିଲ୍ଲାରେ ମା’ଝିଅଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହିରେ ଘଟିଛି ଏହି ଘଟଣା I ଶୁକ୍ରବାର ରାତିରେ ମା’ଓ ଝିଅ ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷର ଶିଶୁ କନ୍ୟା ଖାଇପିଇ ଶୋଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଆଜି ଭୋର ସକାଳ ସମୟରେ ମା ଓ ଶିଶୁ ଅସୁସ୍ଥ ହୋଇପଡ଼ିଥିବାବେଳେ କିଛି ସମୟ ମଧ୍ୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା ଏବଂ ଗୁରୁତର ଅବସ୍ଥାରେ ସୁଖମନିଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଙ୍କୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଖମନିଙ୍କ ପରିବାରରେ ରହିଥିବା ବର୍ଷକର ଶିଶୁ କନ୍ୟା ସମେତ ୩ ଶିଶୁ ମା ଛେଉଣ୍ଡ ହୋଇ ଯାଇଥିବାବେଳେ ସ୍ବାମୀ ସୁରେନ ମୁଣ୍ଡା ଭାଙ୍ଗି ପଡିଛନ୍ତି Iଏହି ଘଟଣାକୁ ନେଇ ମୁରୁସୁଆଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ନୟାକୋଟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।




