ବିଷାକ୍ତ ଖାଦ୍ୟ ଖାଇ ୫୦ ରୁ ଉର୍ଧ୍ଵ ଛାତ୍ରୀ ଗୁରୁତର

ଲମତାପୁଟ: ଛାତ୍ରୀବାସ ର ବିଷାକ୍ତ ଖାଦ୍ୟଖାଇ ୫୦ ଛାତ୍ରୀ ଅସୁସ୍ଥ I କୋରାପୁଟ ଜିଲ୍ଲା ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀବାସରେ ଅଭାବନୀୟ ଘଟଣା ଘଟିଛି। ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ରବିବାର ରାତିରେ ଖାଦ୍ୟ ଖାଇବା ପରେ ଅଚାନକ ଭାବେ ଛାତ୍ରୀବାସର ପ୍ରାୟ ୫୦ଜଣ ଛାତ୍ରୀ ଝାଡାବାନ୍ତି ସହ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତୁରନ୍ତ ସେମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ […]

Samaya Live Picture
Published On

ଲମତାପୁଟ: ଛାତ୍ରୀବାସ ର ବିଷାକ୍ତ ଖାଦ୍ୟଖାଇ ୫୦ ଛାତ୍ରୀ ଅସୁସ୍ଥ I କୋରାପୁଟ ଜିଲ୍ଲା ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀବାସରେ ଅଭାବନୀୟ ଘଟଣା ଘଟିଛି। ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ରବିବାର ରାତିରେ ଖାଦ୍ୟ ଖାଇବା ପରେ ଅଚାନକ ଭାବେ ଛାତ୍ରୀବାସର ପ୍ରାୟ ୫୦ଜଣ ଛାତ୍ରୀ ଝାଡାବାନ୍ତି ସହ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତୁରନ୍ତ ସେମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ୧୦ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୫ ଜଣିଆ ଡାକ୍ତରୀ ଟିମ୍‌ଙ୍କ ଦ୍ବାରା ଚିକିତ୍ସା ଜାରି ରହିଛି। ଆଜି କୋରାପୁଟରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଇ ନମୁନା ସଂଗ୍ରହ କରିବେ I

Tags: