ବିଶ୍ୱନେତାଙ୍କୁ ଓଡିଶା କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପୁଣି ଥରେ ବିଦେଶରେ ଆଦୃତ ଲାଭ କଲା ଓଡ଼ିଶାର କଳାକୃତି । ବିଦେଶ ଗସ୍ତରେ ଯାଇ ବିଶ୍ବନେତାଙ୍କୁ ଓଡ଼ିଶାର କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କଳାକୃତି ମଧ୍ୟରେ ରହିଛି ଓଡ଼ିଶାର କୋଣାର୍କ ଚକ୍ରର ପ୍ରତିକୃତି ଓ ରଘୁରାଜପୁର ପଟ୍ଟଚିତ୍ର, କଟକର ରୁପା ତାରକସୀ ପର୍ସ । ଜି-୭ ସମ୍ମିଳନୀରେ ଯୋଗ ଦେବା ଅବସରରେ ଜର୍ମାନ ଚାନସେଲର ଫ୍ରିଏଡ୍ରିଚ ମର୍ଜଙ୍କୁ କୋଣାର୍କ ଚକ୍ରର ପ୍ରତିକୃତି ଉପହାର ଦେଇଛନ୍ତି । କୋଣାର୍କ […]
ନୂଆଦିଲ୍ଲୀ : ପୁଣି ଥରେ ବିଦେଶରେ ଆଦୃତ ଲାଭ କଲା ଓଡ଼ିଶାର କଳାକୃତି । ବିଦେଶ ଗସ୍ତରେ ଯାଇ ବିଶ୍ବନେତାଙ୍କୁ ଓଡ଼ିଶାର କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କଳାକୃତି ମଧ୍ୟରେ ରହିଛି ଓଡ଼ିଶାର କୋଣାର୍କ ଚକ୍ରର ପ୍ରତିକୃତି ଓ ରଘୁରାଜପୁର ପଟ୍ଟଚିତ୍ର, କଟକର ରୁପା ତାରକସୀ ପର୍ସ । ଜି-୭ ସମ୍ମିଳନୀରେ ଯୋଗ ଦେବା ଅବସରରେ ଜର୍ମାନ ଚାନସେଲର ଫ୍ରିଏଡ୍ରିଚ ମର୍ଜଙ୍କୁ କୋଣାର୍କ ଚକ୍ରର ପ୍ରତିକୃତି ଉପହାର ଦେଇଛନ୍ତି । କୋଣାର୍କ ଚକ୍ରର ପ୍ରତିକୃତିକୁ ବାଲିପଥରରେ ନିର୍ମାଣ କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିରର ଚକ ଭଳି ପ୍ରତିକୃତିରେ ମଧ୍ୟ ୨୪ଟି ଅର ରହିଛି ।
ସେହିପରି କାନାଡାର ଗଭର୍ଣ୍ଣର ଜେନେରାଲ ମେରୀ ସାଇମନଙ୍କୁ ଓଡ଼ିଶାର ପ୍ରସିଦ୍ଧ ରୂପା ତାରକସି (ସିଲଭର ଫିଲିଗ୍ରୀ) କଳାରେ ନିର୍ମିତ ଏକ ଚମତ୍କାର କ୍ଲଚ୍ ପର୍ସ ଉପହାର ଦେଇଛନ୍ତି। ଏହି ଉପହାର ଓଡ଼ିଶାର କଟକ ସହରରେ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ, ଯାହା ରାଜ୍ୟର ୫୦୦ ବର୍ଷରୁ ଅଧିକ ପୁରାତନ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି।
କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ପଟ୍ଟଚିତ୍ର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଟ୍ଟଚିତ୍ରରେ ରହିଛି ଓଡ଼ିଶାର ପାରମ୍ପରିକ ସୁନ୍ଦର କଳାକୃତି । ବିଶେଷକରି ଭାରତୀୟ ପୌରାଣିକ କଥାବସ୍ତକୁ ଚିତ୍ର ଆକାରରେ ପଟ୍ଟଚିତ୍ରରେ ଅଙ୍କନ କରାଯାଇଥାଏ । ମୁଖ୍ୟତଃ ଏଥିରେ ଭଗବାନ କୃଷ୍ଣ ଓ ଜଗନ୍ନାଥ ସଂସ୍କୃତିର ଝଲକ ଅଧିକ ଦେଖିବାକୁ ମିଳିଥାଏ । ଏହି ଉପହାର ଦେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର କରିବା ସହ ଓଡ଼ିଶାର ହସ୍ତଶିଳ୍ପୀମାନଙ୍କୁ ସମ୍ମାନିତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଯେ, ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱବ୍ୟାପୀ ପହଞ୍ଚାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ଉପହାରକୁ ନେଇ ବ୍ୟାପକ ପ୍ରଶଂସା ଦେଖାଦେଇଛି, ଯେଉଁଥିରେ ଓଡ଼ିଶାର ତାରକସି କଳାର ସୌନ୍ଦର୍ଯ୍ୟ ଏବଂ ଐତିହାସିକ ମହତ୍ତ୍ୱକୁ ଉଜାଗର କରାଯାଇଛି।




