ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

ନୀଳଗିରି : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅନନ୍ତଚରଣ ଖଟୁଆଙ୍କ ପରଲୋକ I ୯୬ ବର୍ଷ ବୟସରେ ଆଜି ସେ ଇହଧାମ ତ୍ୟାଗ କରିଛନ୍ତି। ଶରୀର ଅସୁସ୍ଥତା କାରଣରୁ ଅନେକ ଦିନରୁ ସେ ରୋଗ ଶଯ୍ୟାରେ ଥିଲେ। ସ୍ୱାଧୀନତା ସଂଗ୍ରାମ ଲଢେଇରେ ସେ ଜଣେ ଆଗଧାଡିର ଯୋଦ୍ଧା ଥିଲେ I ଗାନ୍ଧିଜୀଙ୍କ ପଥ ଅନୁସରଣ କରି ସେ ଅନେକବାର କାରାବରଣ କରିଥିଲେ। ନୀଳଗିରି ବ୍ଲକ ନରସିଂହପୁର ପଂଚାୟତର ଗର୍ବ ଆଉ ଗୌରବ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଅନନ୍ତଚରଣ ଖଟୁଆଙ୍କ […]

Samaya Live Picture
Published On

ନୀଳଗିରି : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅନନ୍ତଚରଣ ଖଟୁଆଙ୍କ ପରଲୋକ I ୯୬ ବର୍ଷ ବୟସରେ ଆଜି ସେ ଇହଧାମ ତ୍ୟାଗ କରିଛନ୍ତି। ଶରୀର ଅସୁସ୍ଥତା କାରଣରୁ ଅନେକ ଦିନରୁ ସେ ରୋଗ ଶଯ୍ୟାରେ ଥିଲେ। ସ୍ୱାଧୀନତା ସଂଗ୍ରାମ ଲଢେଇରେ ସେ ଜଣେ ଆଗଧାଡିର ଯୋଦ୍ଧା ଥିଲେ I ଗାନ୍ଧିଜୀଙ୍କ ପଥ ଅନୁସରଣ କରି ସେ ଅନେକବାର କାରାବରଣ କରିଥିଲେ।

ନୀଳଗିରି ବ୍ଲକ ନରସିଂହପୁର ପଂଚାୟତର ଗର୍ବ ଆଉ ଗୌରବ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଅନନ୍ତଚରଣ ଖଟୁଆଙ୍କ ପରଲୋକର ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ ନାୟକ ତାଙ୍କ ବାସଭବନରେ ପହଞ୍ଚି ମର ଶରୀରରେ ଜାତୀୟ ପତାକା ଦେଇ ପୁଷ୍ପମାଲ୍ୟ ଦେଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରିଛନ୍ତି।

Tags: